ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ଫେରିଲେ ଜୋ ରୁଟ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ

author img

By

Published : Jul 16, 2020, 12:49 PM IST

Joe root returns to the squad, England eyes on first win
ମାଞ୍ଚେଷ୍ଟର ଟେଷ୍ଟ: ଫେରିଲେ ଜୋ ରୁଟ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ

ଆଜି ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବ । କ୍ୟାପଟେନ ଜୋ ରୁଟ ଟିମକୁ ଫେରିବା ପରେ ଇଂଲଣ୍ଡ କ୍ୟାମ୍ପରେ ଉତ୍ସାହ ଦେଖାଦେଇଛି । ଫଳରେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ଇଂଲଣ୍ଡ ।

ମାଞ୍ଚେଷ୍ଟର: ଆଜି ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମାଞ୍ଚେଷ୍ଟରରେ ଖେଳାଯିବ । କ୍ୟାପଟେନ ଜୋ ରୁଟ ଟିମକୁ ଫେରିବା ପରେ ଇଂଲଣ୍ଡ କ୍ୟାମ୍ପରେ ଉତ୍ସାହ ଦେଖାଦେଇଛି । ଫଳରେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଛି ଇଂଲଣ୍ଡ । ଅନ୍ୟପଟେ ପ୍ରଥମ ଟେଷ୍ଟରେ 4 ୱିକେଟରେ ବିଜୟୀ ହୋଇ ସିରିଜରେ 1-0ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ, ଅପରାଜେୟ ସହ ଆଗୁଆ ସିରିଜ ବିଜୟ ଲକ୍ଷ୍ୟରେ ରହିଛି ।

Joe root returns to the squad, England eyes on first win
ମାଞ୍ଚେଷ୍ଟର ଟେଷ୍ଟ: ଫେରିଲେ ଜୋ ରୁଟ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ

ରୁଟଙ୍କ ବିନା ପ୍ରଥମ ଟେଷ୍ଟରେ 4 ୱିକେଟରେ ଇଂଲଣ୍ଡକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା । ରୁଟ ଦ୍ବିତୀୟ ସନ୍ତାନର ଜନ୍ମ କାରଣରୁ ପ୍ରଥମ ମ୍ୟାଚରେ ଖେଳିପାରିନଥିଲେ । ରୁଟ ଟିମକୁ ଫେରିବା ପରେ ଜୋ ଡେନଲିଙ୍କୁ ସ୍ଥାନ ହରାଇବାକୁ ପଡିଛି । ଜାକ କ୍ରାୱଲେ ପ୍ରଥମ ଟେଷ୍ଟର ଦ୍ବିତୀୟ ଇଂନିସରେ 76 ରନର ଇଂନିସ ଖେଳିଥିଲେ । ଫଳରେ ତାଙ୍କର ସ୍ଥାନ ପକ୍କା ରହିଛି ।

Joe root returns to the squad, England eyes on first win
ମାଞ୍ଚେଷ୍ଟର ଟେଷ୍ଟ: ଫେରିଲେ ଜୋ ରୁଟ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ

ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର ଉଭୟ ଇଂନିସରେ ଯଥାକ୍ରମେ 35 ଓ 9 ରନ କରିଥିଲେ । ଏଥିସହିତ ଇଣ୍ଡିଜ ପକ୍ଷରୁ ମ୍ୟାଚ ବିଜୟୀ ଇଂନିସ ଖେଳିଥିବା ବ୍ଳାକଉଡଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାଚ ମଧ୍ୟ ହାତଛଡା କରିଥିଲେ । ପରେ ବ୍ଳାକଉଡ 95 ରନର ଇଂନିସ ଖେଳି ଇଣ୍ଡିଜକୁ ବିଜେତା କରାଇଥିଲେ । ତେବେ ବଟଲରଙ୍କୁ ଇଂଲଣ୍ଡର ମୁଖ୍ୟ କୋଚ କ୍ରିସ ସିଲଭରଉଡ ସମର୍ଥନ କରିଥିଲେ । ଦ୍ବିତୀୟ ଟେଷ୍ଟରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଥିଲେ । ମହାମାରୀ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଏହି ସିରିଜ, ଜୈବସୁରକ୍ଷିତ ପରିବେଶରେ ଖେଳାଯାଉଛି ।

Joe root returns to the squad, England eyes on first win
ମାଞ୍ଚେଷ୍ଟର ଟେଷ୍ଟ: ଫେରିଲେ ଜୋ ରୁଟ, ସିରିଜ ବରାବର ଲକ୍ଷ୍ୟରେ ଇଂଲଣ୍ଡ

ଇଂଲଣ୍ଡ ଟିମ: ଜୋ ରୁଟ(କ୍ୟାପଟେନ), ଡମ ସିବଲେ, ରରି ବର୍ଣ୍ଣସ, ଜାକ କ୍ରାୱଲେ, ବେନ ଷ୍ଟୋକ୍ସ, ଅଲି ପୋପ, ଜସ ବଟଲର(ୱିକେଟ କିପର), ଡାମ ବେସ, ଜୋଫ୍ରା ଆର୍ଚର, ଷ୍ଟୁଆର୍ଟ ବ୍ରଡ, ମାର୍କ ଉଡ, ଜେମ୍ସ ଆଣ୍ଡରସନ ।

ୱେଷ୍ଟଇଣ୍ଡିଜ ଟିମ: ଜେସନ ହୋଲ୍ଡର(କ୍ୟାପଟେନ), ଜନ କାମ୍ପବେଲ, କ୍ରେଗ ବ୍ରାଥୱେଟ, ସମର ବ୍ରୁକ୍ସ, ସାଇ ହୋପ, ରୋଷ୍ଟନ ଚେଜ, ଜର୍ମିନ ବ୍ଳାକଉଡ, ସେନ ଡୋରିଚ(ୱକେଟ କିପର), ଆଲଜେରୀ ଜୋସେଫ, କିମାର ରୋଚ, ସାନନ ଗାବ୍ରିଏଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.