ETV Bharat / sports

ଧୋନିଙ୍କ ସହ ଖେଳିବାକୁ ନେଇ ଖୁସି ଜାହିର କଲେ ମହଙ୍ଗା ଖେଳାଳି କୃଷ୍ଣାପ୍ପା ଗୌଥମ

author img

By

Published : Feb 19, 2021, 2:20 PM IST

ଧୋନିଙ୍କ ସହ ଖେଳିବାକୁ ନେଇ ଖୁସି ଜାହିର କଲେ  ମହଙ୍ଗା ଖେଳାଳି କୃଷ୍ଣାପ୍ପା ଗୌଥମ
ଧୋନିଙ୍କ ସହ ଖେଳିବାକୁ ନେଇ ଖୁସି ଜାହିର କଲେ ମହଙ୍ଗା ଖେଳାଳି କୃଷ୍ଣାପ୍ପା ଗୌଥମ

ଗୁରୁବାର ଆଇପିଏଲ ନିଲାମୀରେ କର୍ଣ୍ଣାଟକର ଅଲରାଉଣ୍ଡର କୃଷ୍ଣାପ୍ପା ଗୌଥମଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ 9.2କୋଟିରେ କିଣିଛି । ଏହାପରେ ନିଜର ପ୍ରତିକ୍ରିୟା ରଖି ଗୌଥମ କହିଛନ୍ତି ଯେ ସ୍ବପ୍ନ ସତ ହେଲା ଭଳି ଲାଗୁଛି ।

ହାଇଦ୍ରାବାଦ: ଗୁରୁବାର ଆଇପିଏଲ ନିଲାମୀରେ କର୍ଣ୍ଣାଟକର ଅଲରାଉଣ୍ଡର କୃଷ୍ଣାପ୍ପା ଗୌଥମଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ 9.2କୋଟିରେ କିଣିଛି । କୃଷ୍ଣାପ୍ପାଙ୍କ ବେସ ପ୍ରାଇସ 20 ଲକ୍ଷ ରହିଥିଲା । ଏହାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗୌଥମ ।

ସେ କହିଛନ୍ତି ଯେ, ମୋ ପାଖରେ କହିବାକୁ କିଛି ଶବ୍ଦ ନାହିଁ । ସ୍ବପ୍ନ ସତ ହେଲା ଭଳି ଲାଗୁଛି । ମାହି ଭାଇ ମୋ ଆଦର୍ଶ । ସେ ବହୁତ ଶାନ୍ତ ଓ ଭଲ ମଣିଷ । ମାହି ଭାଇ ଯେଉଁ ଭଳି ମ୍ୟାଚ ଫିନିସ କରନ୍ତି, ମତେ ବହୁତ ପସନ୍ଦ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏବେ ମତେ ତାଙ୍କ ସହ ଡ୍ରେସିଙ୍ଗରୁମ ସେୟାର କରିବାକୁ ମିଳିବ । ମାହି ଭାଇ, ସୁରେଶ ରାଇନାଙ୍କ ଭଳି ଅନୁଭବୀ ଖେଳାଳିଙ୍କ ଠାରୁ କିଛି ଶିଖିବାକୁ ମିଳିବ । ପ୍ରାଇସ ଟ୍ୟାଗକୁ ମୋ ଖେଳ ଉପରେ ପ୍ରଭାବ ପକାଇବାକୁ ଦେବି ନାହିଁ । ବେଙ୍ଗାଲୁରୁରୁ ଚେନ୍ନାଇ ବେଶୀ ଦୂର ନୁହେଁ । ସିଏସକେ ପାଇଁ ଖେଳିବାକୁ ବେଶ୍‌ ଉତ୍ସାହିତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.