ETV Bharat / sports

'ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆହ୍ବାନପୂର୍ଣ୍ଣ ହେବ ଆଇପିଏଲ 2021'

author img

By

Published : Feb 21, 2021, 4:01 PM IST

IPL 2021 WILL BE CHALLENGING FOR DELHI CAPITALS: IYER
'ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆହ୍ବାନପୂର୍ଣ୍ଣ ହେବ ଆଇପିଏଲ 2021'

ନିଲାମୀ ମାଧ୍ୟମରେ ଅନ୍ୟ ଟିମ ନିଜକୁ ସନ୍ତୁଳିତ ଓ ମଜବୁତ କରିଥିବାରୁ, ଆଗାମୀ ଆଇପିଏଲ ସଂସ୍କରଣ ଦିଲ୍ଲୀ ପାଇଁ ଆହ୍ବାନପୂର୍ଣ୍ଣ ହେବ କହିଛନ୍ତି କ୍ୟାପଟେନ ଶ୍ରେୟସ ଆୟର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଇପିଏଲ 2021 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଶ୍ରେୟସ ଆୟରଙ୍କ ବଡ ବୟାନ । ନିଲାମୀ ମାଧ୍ୟମରେ ଅନ୍ୟ ଟିମ ନିଜକୁ ସନ୍ତୁଳିତ ଓ ମଜବୁତ କରିଥିବାରୁ, ଆଗାମୀ ଆଇପିଏଲ ସଂସ୍କରଣ ଦିଲ୍ଲୀ ପାଇଁ ଆହ୍ବାନପୂର୍ଣ୍ଣ ହେବ କହିଛନ୍ତି କ୍ୟାପଟେନ ଆୟର ।

IPL 2021 WILL BE CHALLENGING FOR DELHI CAPITALS: IYER
'ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆହ୍ବାନପୂର୍ଣ୍ଣ ହେବ ଆଇପିଏଲ 2021'

ଆୟର କହିଛନ୍ତି,"ଆହ୍ବାନପୂର୍ଣ୍ଣ ହେବ କାରଣ ଅନ୍ୟ ଟିମକୁ ଦେଖିଲେ, ସେମାନେ ମଧ୍ୟ ନିଆରା ଢଙ୍ଗରେ ପ୍ରସ୍ତୁତ କରିଛନ୍ତି ଓ ସମସ୍ତ ଟିମ ପାଖରେ ସମାନ ପ୍ରକାର ଶକ୍ତି ରହିଛି । ଆଇପିଏଲ କୌଣସି ବି ସମୟରେ ଆଶ୍ଚର୍ଯ୍ୟଚକିତ କରିପାରେ । ଫଳରେ ଏହା ପ୍ରତୀତ ହେଉଛି ଯେ, ଏହି ସଂସ୍କରଣ ଅଧିକ ରୋମାଞ୍ଚକର ହୋଇପାରେ ।"

ଆୟରଙ୍କ ନେତୃତ୍ବରେ ଦିଲ୍ଲୀ ଏଯାବତ 13ଟି ସଂସ୍କରଣରେ ଗୋଟିଏ ଥର ମଧ୍ୟ ଆଇପିଏଲ ଟ୍ରଫି ବିଜେତା ହୋଇପାରିନାହିଁ । ଗତ ବର୍ଷ ବିଜୟର ନିକଟତର ହୋଇଥିଲେ ମଧ୍ୟ ଫାଇନାଲରେ ପାଞ୍ଚଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜୟ ମିଳିଥିଲା ।

ଗୁରୁବାର ଆଇପିଏଲର ମିନି ଖେଳାଳି ନିଲାମୀରେ, ଦିଲ୍ଲୀ ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ଷ୍ଟିଥ ସ୍ମିଥ, ଇଂଲିସ ଦ୍ରୁତ ବୋଲର ଟମ କରନଙ୍କ ବ୍ୟତୀତ ପ୍ରତିଭାଶାଳୀ ଭାରତୀୟ ଖେଳାଳି- ଲୁକମାନ ମେରିୱାଲା, ରିପଲ ପଟେଲ, ବିଷ୍ଣୁ ବିନୋଦ ଓ ମଣିମାରନ ସିଦ୍ଧାର୍ଥଙ୍କୁ କିଣିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.