ETV Bharat / sports

ଆଇପିଏଲ 2020: ନୀତିଶ ରାଣାଙ୍କ ଲଢୁଆ ଇଂନିସ, କେକେଆର 172/5

author img

By

Published : Oct 29, 2020, 9:27 PM IST

IPL 2020: Nitish Rana guides KKR to 172 for 5 against CSK
ଆଇପିଏଲ 2020: ନୀତିଶ ରାଣାଙ୍କ ଲଢୁଆ ଇଂନିସ, କେକେଆର 172/5

ନିର୍ଦ୍ଧାରିତ 20 ଓଭରରେ କୋଲକାତା ନାଇଟ ରାଇଡର୍ସ 5 ୱିକେଟ ହରାଇ 172 ରନ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ 173 ରନର ବିଜୟ ଲକ୍ଷ୍ୟ ରହିଛି ।

ଦୁବାଇ: ଆଇପିଏଲର 19ତମ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟସ ଜିତି ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରଥମ ବୋଲି ନିଷ୍ପତ୍ତି ନେବା ସହ କୋଲକାତାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ।

ପରେ ନିର୍ଦ୍ଧାରିତ 20 ଓଭରରେ କୋଲକାତା ନାଇଟ ରାଇଡର୍ସ 5 ୱିକେଟ ହରାଇ 172 ରନ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ 173 ରନର ବିଜୟ ଲକ୍ଷ୍ୟ ରହିଛି ।

କେକେଆର ପକ୍ଷରୁ ନୀତିଶ ରାଣା ସର୍ବାଧିକ 61 ବଲରୁ 87 ରନର ଇଂନିସ ଖେଳିଛନ୍ତି । ରାଣାଙ୍କ ଏହି ମାରାଥନ ଇଂନିସରେ 10ଟି ଚୌକା ଓ 4ଟି ଛକା ସାମିଲ ରହିଛି । ଶୁଭମନ ଗିଲ 17 ବଲରୁ 26 ରମର ଇଂନିସ ଖେଳିଛନ୍ତି । କ୍ୟାପଟେନ ଇଆନ ମୋର୍ଗାନ 15 ଓ ରିଙ୍କୁ ସିଂ 11 ରନର ଯୋଗଦାନ କରିଛନ୍ତି । ତେବେ ଶେଷ ଭାଗରେ ଭେଟେରାନ ଦିନେଶ କାର୍ତ୍ତିକ 10 ବଲରୁ 3 ଚୌକା ସହାୟତାରେ ଦ୍ରୁତ 21ରନର ଇଂନିସ ଖେଳି କୋଲକାତାର ସ୍କୋର 170 ପାର କରାଇଥିଲେ ।

ଅନ୍ୟପଟେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଲୁଙ୍ଗି ନିଙ୍ଗିଡି ସର୍ବାଧିକ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ମିଚେଲ ସାଣ୍ଟନର, ରବିନ୍ଦ୍ର ଜାଡେଜା ଓ କର୍ଣ୍ଣ ଶର୍ମା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.