ETV Bharat / sports

ଚେନ୍ନାଇ ଟେଷ୍ଟ ପରାଜୟର ପୋଷ୍ଟମର୍ଟମ: ପ୍ରମୁଖ 6 ଟି କାରଣ

author img

By

Published : Feb 9, 2021, 10:59 PM IST

India vs England: 6 reasons why India lost Chennai Test
ଚେନ୍ନାଇ ଟେଷ୍ଟ ପରାଜୟର ପୋଷ୍ଟମୋର୍ଟମ: ପ୍ରମୁଖ 6ଟି କାରଣ

ନଜର ପକାନ୍ତୁ ଚେନ୍ନାଇ ଟେଷ୍ଟରେ ଭାରତ ପରାଜୟର ପ୍ରମୁଖ 6ଟି କାରଣ ଉପରେ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଇଂଲଣ୍ଡ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ହରାଇ 1-0ରେ ଆଗୁଆ ହୋଇଛି । ଜୋ ରୁଟ୍‌ଙ୍କ ନେତତ୍ବରେ ଇଂଲଣ୍ଡ, ଭାରତକୁ 227 ରନ ବଡ ବ୍ୟବଧାନରେ ହରାଇଛି । ଏହା ଘରୋଇ ମାଟିରେ 14ଟି ଟେଷ୍ଟରେ ଭାରତର ପ୍ରଥମ ପରାଜୟ । ତେବେ ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ ବିଜୟ ପରେ ଘରୋଇ ପରିବେଶରେ ପରାଜୟକୁ ନେଇ ଅନେକ ପ୍ରଶ୍ନ ଉଠଛି ।

ତେବେ ନଜର ପକାନ୍ତୁ ଚେନ୍ନାଇ ଟେଷ୍ଟରେ ଭାରତ ପରାଜୟର ପ୍ରମୁଖ 6ଟି କାରଣ ଉପରେ...

ଲକ୍‌ ଫାକ୍ଟର: ଟସ୍‌ ଜିତି ଇଂଲଣ୍ଡର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଭ୍ରମଣକାରୀ ଦଳ ପାଇଁ ମାଷ୍ଟରଷ୍ଟ୍ରୋକ ହୋଇଥିଲା । 63 ରନର ଓପନିଂ ପାର୍ଟନରସିପ ପରେ ସିବଲେ 87, ରୁଟ୍‌ 218 ଓ ଷ୍ଟୋକ୍ସଙ୍କ ଦ୍ରୁତ ବ୍ୟାଟିଂ ଇଂଲଣ୍ଡକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲା ।

India vs England: 6 reasons why India lost Chennai Test
ଚେନ୍ନାଇ ଟେଷ୍ଟ ପରାଜୟର ପୋଷ୍ଟମୋର୍ଟମ: ପ୍ରମୁଖ 6ଟି କାରଣ

ରୁଟ୍‌: କ୍ୟାପଟେନ ଜୋ ରୁଟ୍‌ ଇଂଲଣ୍ଡ ବିଜୟର ମୂଳ ହୋଇଥିଲେ । ବିରାଟ ସେନାର ଧୈର୍ଯ୍ୟ ପରୀକ୍ଷା ସହ ନିଜେ ଅସୀମ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ରୁଟ୍ । ବଲର ମେରିଟ ଅନୁଯାୟୀ ଖେଳିବା ସହ ଖରାପ ବଲରେ ବଡ ସଟ ପାଇଁ ଅପେକ୍ଷା କରୁଥିଲେ । 19ଟି ଚୌକା ଓ ଦୁଇଟି ଛକା ସହାୟତାରେ ଦ୍ବିଶତକୀୟ ଇଂନିସ ବଳରେ ଇଂଲଣ୍ଡ ପ୍ରଥମ ଇଂନିସରେ ରନର ପାହାଡ ଠିଆ କରିଥିଲା । ଯାହାକି ଦୁଇ ଦଳକୁ ପୃଥକ କରିଥିଲା ।

ଭାରତ ପାଇଁ ମହଙ୍ଗା ହେଲା ଅଗ୍ରଣୀ: ଇଂଲଣ୍ଡର 578 ରନ ଜବାବରେ ଭାରତ 337 ରନରେ ଅଲଆଉଟ ହେଲା । ଫଳରେ ପ୍ରଥମ ଇଂନିସରେ 242 ରନର ବଡ ଅଗ୍ରଣୀ ଭ୍ରମଣକାରୀ ଦଳକୁ ମିଳିଲା । ଦ୍ବିତୀୟ ଇଂନିସରେ ମଧ୍ୟ ଇଂନିସ 178 ରନ ସଂଗ୍ରହ କରିନେଲା । ଫଳରେ 420 ରନର ବିଶାଳ ବିଜୟ ଲକ୍ଷ୍ୟ ମିଳିଲା ।

India vs England: 6 reasons why India lost Chennai Test
ଚେନ୍ନାଇ ଟେଷ୍ଟ ପରାଜୟର ପୋଷ୍ଟମୋର୍ଟମ: ପ୍ରମୁଖ 6ଟି କାରଣ

ରୋହିତ, ରାହାଣେଙ୍କ ବିଫଳତା: ଯେତେବେଳ ଇଂଲଣ୍ଡର ଶୀର୍ଷ କ୍ରମ ବ୍ୟାଟ୍ସମ୍ୟାନ ପ୍ରଭାବୀ ପ୍ରଦର୍ଶନ କରିଥିଲେ, ଭାରତର ଦୁଇଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ ରୋହିତ ଓ ରାହାଣେଙ୍କ ଅବଦାନ ସଂପୂର୍ଣ୍ଣ ମ୍ୟାଚରେ ଯଥାକ୍ରମେ 18 ଓ 1 ଥିଲା ।

ଅନୁନ୍ନତ ବୋଲିଂ: ଭାରତୀୟ ବୋଲର ପୁରା ମ୍ୟାଚରେ 27 ନୋ ବଲ ବୋଲିଂ କରିଛନ୍ତି । ଅଶ୍ବିନ, ବୁମରା ଓ ଇଶାନ୍ତଙ୍କ ଭଳି ଅଭିଜ୍ଞ ବୋଲିଂ ଆକ୍ରମଣ ଠାରୁ ଏହି ପ୍ରଦର୍ଶନର ଆଶା କେହି କରିନଥିଲେ । ବୋଲରଙ୍କ ଲୟ ମଧ୍ୟ ଠିକ୍‌ ନଥିଲା ।

India vs England: 6 reasons why India lost Chennai Test
ଚେନ୍ନାଇ ଟେଷ୍ଟ ପରାଜୟର ପୋଷ୍ଟମୋର୍ଟମ: ପ୍ରମୁଖ 6ଟି କାରଣ

ଭୁଲ୍‌ କମ୍ବିନେସନ: ଭାରତ କୁଲଦୀପ ଯାଦବଙ୍କ ବଦଳରେ ସାହାବାଜ ନଦୀମଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ଦେଇଥିଲା। ମାତ୍ର ଏହି ନିଷ୍ପତ୍ତି ହିଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ନଦୀମ କେବଳ ମହଙ୍ଗା ସାବ୍ୟସ୍ତ ହୋଇନଥିଲେ ବରଂ 9ଟି ନୋ ବଲ ବୋଲିଂ କରିବା ସହ 4ଟି ୱିକେଟ ନେଇଥିଲେ । କୁଲଦୀପଙ୍କୁ ଅଣଦେଖା କରାଗଲା ମାତ୍ର ସେ ଶେଷଥର ସିଡନୀ ଟେଷ୍ଟରେ 2019ରେ ଖେଳିଥିବା ମ୍ୟାଚରେ 5 ୱିକେଟ ହାସଲ କରିଥିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.