ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଭାରତର ସିରିଜ କମବ୍ୟାକ ରାସ୍ତାରେ ୱାର୍ଣ୍ଣର କଣ୍ଟା

author img

By

Published : Jan 16, 2020, 2:23 PM IST

India vs Australia
ଭାରତ ବନାମ ଅଷ୍ଟ୍ରେଲିଆ

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜରେ 1-0ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ରାଜକୋଟରେ ଖେଳାଯିବାକୁ ଥିବା 2ୟ ମ୍ୟାଚରେ ଭାରତ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି । ତେବେ ଭାରତର ସିରିଜକୁ ଫେରିବା ରାସ୍ତାରେ କଣ୍ଟା ହୋଇଛନ୍ତି ଇନଫର୍ମ ଡେଭିଡ ୱାର୍ଣ୍ଣର । ଅଧିକ ପଢନ୍ତୁ...

ରାଜକୋଟ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜରେ 1-0ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ମୁମ୍ବାଇ ଦିନିକିଆକୁ 10 ୱିକେଟରେ ଏକତରଫା ଜିତି ନେଇଥିଲା ଅଷ୍ଟ୍ରେଲିଆ । କ୍ୟାପେଟନ ଆରୋନ ଫିଞ୍ଚ ଓ ଭେଟେରାନ ଡେଭିଡ ୱାର୍ଣ୍ଣର ଅପରାଜିତ ଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ ।

ତେବେ ରାଜକୋଟରେ ଖେଳାଯିବାକୁ ଥିବା 2ୟ ମ୍ୟାଚରେ ଭାରତ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି । ତେବେ ରାଜକୋଟର ପିଚ ବ୍ୟାଟିଂ ପାଇଁ ଅନୂକୂଳ ରହିଛି । ଏପରି ସ୍ଥିତିରେ ଟିମ ଇଣ୍ଡିଆର ବୋଲିଂ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 255 ରନର ଟାର୍ଗେଟକୁ ବିନା ୱିକେଟରେ ହରାଇ ଜିତି ନେଇଥିଲା କଙ୍ଗାରୁ ଦଳ ।

India vs Australia
ଆରୋନ ଫିଞ୍ଚ- ଡେଭିଡ ୱାର୍ଣ୍ଣର

ତେବେ ଭାରତ ସିରିଜକୁ କମବ୍ୟାକ ରାସ୍ତାରେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର ବଡ କଣ୍ଟା ସାବ୍ୟସ୍ତ ହୋଇପାରନ୍ତି । ଭାରତ ବିପକ୍ଷରେ ୱାର୍ଣ୍ଣରଙ୍କ ପ୍ରଦର୍ଶନ ବେଶ ଭଲ ରହିଛି । ଭାରତ ବିପକ୍ଷରେ ୱାର୍ଣ୍ଣର ଖେଳିଛନ୍ତି ମୋଟ 17ଟି ଦିନିକିଆ । ସେଥିମଧ୍ୟରୁ 54.66 ହାରରେ 820 ରନ ସଂଗ୍ରହ କରିଛନ୍ତି । ପୂର୍ବମ୍ୟାଚରେ ଅପରାଜିତ 128 ରନ ଟିମ ଇଣ୍ଡିଆ ବିପକ୍ଷରେ ୱାର୍ଣ୍ଣରଙ୍କ ସର୍ବାଧିକ ବ୍ୟକ୍ତିଗତ ରନ । ୱାର୍ଣ୍ଣରଙ୍କ ବିନା କୌଣସି ଅଷ୍ଟ୍ରେଲିଆ କ୍ରିକେଟର ଭାରତୀୟ ମାଟିରେ ବ୍ୟାଟିଂରେ ଏତେମାତ୍ରାରେ ସଫଳ ହୋଇନାହାଁନ୍ତି । ଶେଷ 6ଟି ଇଂନିସରେ ଭାରତ ବିପକ୍ଷରେ ୱାର୍ଣ୍ଣର 74.60 ହାରରେ 374 ରନ ହାସଲ କରିଛନ୍ତି । 2019 ଦିନିକିଆ କ୍ରିକେଟ ବିଶ୍ବକପ ପରେ ଅଷ୍ଟ୍ରେଲିଆ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ 4ଟି ଶତକ ଓ 3ଟି ଅର୍ଦ୍ଧଶତକ ରହିଛି । 11ଟି ମ୍ୟାଚରୁ 86.11 ହାରରେ 775 ରନ ସଂଗ୍ରହ କରି ଜବରଦସ୍ତ ଫର୍ମରେ ରହିଛନ୍ତି ଏହି ବାମହାତୀ ଓପନର । ସେଥିପାଇଁ ଭାରତୀୟ ଦଳ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ଫେରିବା ନେଇ ଆଶଙ୍କା ଦେଖାଦେଇଛି ।

Intro:Body:

bgbn


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.