ETV Bharat / sports

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଶୀର୍ଷରେ ଭାରତ

author img

By

Published : Mar 6, 2021, 5:21 PM IST

India finish on top of ICC World Championship standings, courtesy 3-1 series win over England
ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଶୀର୍ଷରେ ଭାରତ

520 ପଏଣ୍ଟ ସହ ଭାରତ ଲିଗ ପର୍ଯ୍ୟାୟ ଶେଷ କରିଛି, ଯେଉଁଥିରେ 12ଟି ବିଜୟ 4ଟି ପରାଜୟ ଓ ଗୋଟିଏ ଡ୍ର ସାମିଲ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଭାରତ ଶନିବାର ଇଂଲଣ୍ଡକୁ 4ର୍ଥ ଟେଷ୍ଟରେ ଇଂନିସ ଓ 25 ରନରେ ହରାଇବା ସହ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ତାଲିକାର ଶୀର୍ଷରେ ପହଞ୍ଚିଛି । ଏଥିସହ 3-1ରେ ସିରିଜ ବିଜେତା ମଧ୍ୟ ହୋଇଛି ।

ଇଂଲଣ୍ଡ ବିପକ୍ଷରେ ବିଜୟ ଅର୍ଥାତ ଭାରତ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପର ଉଦ୍‌ଘାଟନୀ ସଂସ୍କରଣର ଟେବୁଲର ଶୀର୍ଷରେ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଭାରତ ।

ଫର୍ମରେ ନଥିବା ଓ ସଂଘର୍ଷ କରୁଥିବା ଇଂଲଣ୍ଡ ବ୍ୟାଟିଂ ଲାଇନଅପ୍‌କୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ପିନ ଯୋଡି ପରାସ୍ତ କରିବା ସହ ଭାରତକୁ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚାଇଛନ୍ତି ।

520 ପଏଣ୍ଟ ସହ ଭାରତ ଲିଗ ପର୍ଯ୍ୟାୟ ଶେଷ କରିଛି, ଯେଉଁଥିରେ 12ଟି ବିଜୟ 4ଟି ପରାଜୟ ଓ ଗୋଟିଏ ଡ୍ର ସାମିଲ ରହିଛି ।

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଚଳିତ ବର୍ଷ ଜୁନରେ ଖେଳାଯିବା ନେଇ ସୂଚୀ ରହିଛି । ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ମୁହାଁମୁହିଁ ହେବେ ।

ନ୍ୟୁଜିଲାଣ୍ଡ 7ଟି ବିଜୟ ଓ 4ଟି ପରାଜୟରୁ 420 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଅଭିଯାନ ଶେଷ କରିବା ସହ ଫାଇନାଲରେ ପୂର୍ବରୁ ପହଞ୍ଚିସାରିଥିଲା । ଅଷ୍ଟ୍ରେଲିଆ 332 ପଏଣ୍ଟ ସହ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.