ETV Bharat / sports

ମନ୍ଥର ବୋଲିଂ ପାଇଁ ଭାରତୀୟ ଖେଳାଳି ଦଣ୍ତିତ

author img

By

Published : Mar 15, 2021, 9:17 PM IST

India came 'all guns blazing' in the match, says Morgan
ମନ୍ଥର ବୋଲିଂ ପାଇଁ ଭାରତୀୟ ଖେଳାଳି ଦଣ୍ତିତ

ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଅର୍ଥଦଣ୍ଡ ଭୋଗିଛନ୍ତି ଭାରତୀୟ ଖେଳାଳି । କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭାରତୀୟ ଖେଳାଳିଙ୍କ ମ୍ୟାଚ ପାଉଣାର 20 ପ୍ରତିଶତ କାଟିଲା ଆଇସିସି । ଅଧିକ ପଢନ୍ତୁ...

ଦୁବାଇ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚରେ ମନ୍ଥର ବୋଲିଂ କାରଣରୁ ଅର୍ଥଦଣ୍ଡ ଭୋଗିଛନ୍ତି ଭାରତୀୟ ଖେଳାଳି । ଅହମ୍ମଦାବାଦରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଦ୍ବିତୀୟ ଟି20ରେ ନିର୍ଦ୍ଧାରିତ ସମୟ ଠାରୁ ମନ୍ଥର ବୋଲିଂ କରିଥିଲା ଭାରତ । ଫଳରେ କ୍ୟାପଟେନ ବିରାଟ କୋହଲିଙ୍କ ସମେତ ଭାରତୀୟ ଖେଳାଳିଙ୍କୁ ମ୍ୟାଚ ପାଉଣାର 20 ପ୍ରତିଶତ ଜୋରିମାନା ଆକାରରେ କାଟିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।

ଏହି ମ୍ୟାଚରେ ମ୍ୟାଚ ରେଫ୍ରୀ ରହିଥିଲେ ଜଗଭଲ ଶ୍ରୀନାଥ । ଟିମ ଇଣ୍ଡିଆକୁ ମିଳିଥିବା ନିର୍ଦ୍ଧାରିତ ସମୟ ଠାରୁ ଗୋଟିଏ ଓଭର କମ ରହିଥିଲା । ଫଳରେ ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ ରେଫ୍ରୀ ଶ୍ରୀନାଥ ଏହି ଅର୍ଥଦଣ୍ଡ ଲଗାଇଛନ୍ତି ।

ଖେଳାଳି ଓ ଖେଳାଳିଙ୍କୁ ସହଯୋଗୀଙ୍କ ପାଇଁ ଥିବା ଆଇସିସିର ଆଚରଣ ବିଧିର ଧାରା 2.22 ଅନୁଯାୟୀ, ସର୍ବନିମ୍ନ ଓଭର ରେଟ୍‌ ଅପରାଧ ପାଇଁ ଖେଳାଳିଙ୍କ ମ୍ୟାଚ ପାଉଣାର 20 ପ୍ରତିଶତ କଟିବାର ପ୍ରାବଧାନ ରହିଛି ।

ଭାରତୀୟ କ୍ୟାପଟେନ ବିରାଟ କୋହଲି ଅପରାଧକୁ ଗ୍ରହଣ କରିବା ସହ ମ୍ୟାଚ ପାଉଣା କଟିବାରେ ସହମ୍ମତି ପ୍ରକାଶ କରିଛନ୍ତି । ଫଳରେ ବିଧିବଧ ଘୋଷଣାର ଆବଶ୍ୟକତା ନାହିଁ । ଦୁଇ ଫିଲ୍ଡ ଅମ୍ପାୟର ଅନିଲ ଚୌଧୁରୀ, କେ.ଏନ. ଅନନ୍ତପଦ୍ମନାଭନ, ତୃତୀୟ ଅମ୍ପାୟର ବିରେନ୍ଦ୍ର ଶର୍ମା ମାମଲାର ରଫାଦଫା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.