ETV Bharat / sports

ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ଜୋଫ୍ରା ଆର୍ଚର ବାଦ୍‌

author img

By

Published : Feb 11, 2021, 10:57 PM IST

Ind vs Eng: Pacer Jofra Archer ruled out of second Test
ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ଜୋଫ୍ରା ଆର୍ଚର ବାଦ୍‌

ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ ପଡିଲେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର । ଅଧିକ ପଢନ୍ତୁ...

ଚେନ୍ନାଇ: ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରୁ ବାଦ ପଡିଲେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର । କହୁଣୀରେ ଇଞ୍ଜେକ୍‌ସନ ନେଇଥିବାରୁ ଖେଳିବେ ନାହିଁ ଆର୍ଚର । ଶନିବାର ଠାରୁ ଆରମ୍ଭ ହେଉଛି ଦ୍ବିତୀୟ ଟେଷ୍ଟ ।

ପ୍ରଥମ ଟେଷ୍ଟରେ ଆର୍ଚର 3ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଥମ ଟେଷ୍ଟରେ ଏମଏ ଚିଦାମ୍ବରମ ଷ୍ଟାଡିୟମ ଚେନ୍ନାଇରେ 227 ରନର ବଡ ବ୍ୟବଧାନରେ ଜିତିଥିଲା ଇଂଲଣ୍ଡ ।

"ପୂର୍ବର ଆହତ କାରଣରୁ ସହିତ ଏହାର କୌଣସି ସଂପର୍କ ନାହିଁ । ଖୁବଶୀଘ୍ର ସୁସ୍ଥ ହେବା ଆଶା ରହିଛି । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟରେ ପୁନର୍ବାର ଖେଳିବା ଆଶା ରହିଛି।" ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଏକ ଅଫିସିଆଲ ଘୋଷଣାନାମାରେ ଏହା କହିଛି ।

ଗତ ସପ୍ତାହରେ ଇଂଲଣ୍ଡ ଓପନର ଜାକ କ୍ରାୱେଲେ ମଧ୍ୟ ଆହତ କାରଣରୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.