ETV Bharat / sports

ଚେନ୍ନାଇ ଟେଷ୍ଟ: ଅଶ୍ବିନଙ୍କ ଶତକ, ଇଂଲଣ୍ଡ ସାମ୍ନାରେ ଟାର୍ଗେଟ 482

author img

By

Published : Feb 15, 2021, 4:37 PM IST

ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ସୋମବାର ଟେଷ୍ଟ କ୍ୟାରିୟରର 5ମ ଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Ind vs Eng, 2nd Test: Ashwin's 106 helps India set 482-run target for England
ଚେନ୍ନାଇ ଟେଷ୍ଟ: ଅଶ୍ବିନଙ୍କ ଶତକ, ଇଂଲଣ୍ଡ ସାମ୍ନାରେ ଟାର୍ଗେଟ 482

ଚେନ୍ନାଇ: ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ସୋମବାର ଟେଷ୍ଟ କ୍ୟାରିୟରର 5ମ ଶତକ ହାସଲ କରିଛନ୍ତି । ଅଶ୍ବିନଙ୍କ ଶତକୀୟ ଇଂନିସ ବଳରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ, ଭାରତ 482 ରନର ବିଶାଳ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସାମ୍ନାରେ ରଖିଛି ।

Ind vs Eng, 2nd Test: Ashwin's 106 helps India set 482-run target for England
ଇଂଲଣ୍ଡ ଟିମ

ଅଶ୍ବିନ 148 ବଲରୁ 106 ରନର ମାରାଥନ ଇଂନିସ ଖେଳିଛନ୍ତି । ଏହି ଶତକୀୟ ଇଂନିସରେ 14ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି । ଚା' ପାନ ବିରତି ପରେ ଭାରତର ଦ୍ବିତୀୟ ଇଂନିସ 286 ରନରେ ସୀମିତ ରହିଥିଲା । ମହମ୍ମଦ ସିରାଜ 16 ରନରେ ଅପରାଜିତ ରହିବା ସହ ଶେଷ ୱିକେଟ ଯୋଡିରେ ଅଶ୍ବିନଙ୍କ ସହ ମିଶି 49 ରନ ଯୋଗ କରିଥିଲେ । ଶେଷ ୱିକେଟ ଭାବେ ଅଶ୍ବିନ ଆଉଟ ହେବାପରେ ଭାରତର ଦ୍ବିତୀୟ ଇଂନିସ ଶେଷ ହୋଇଥିଲା ।

Ind vs Eng, 2nd Test: Ashwin's 106 helps India set 482-run target for England
ରବିଚନ୍ଦ୍ରନ ଅଶ୍ବିନ

ପୂର୍ବରୁ, ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 54/1ରୁ ଖେଳ ଆରମ୍ଭ କରିଥିଲା ଭାରତ । ମାତ୍ର ନିୟମିତ ବ୍ୟବଧାନରେ ୱିକେଟ ହରାଇବା ସହ 102 ରନ ସଂଗ୍ରହ କରି ଲିଡ୍‌କୁ 350 ପାର୍‌ କରାଇଥିଲା । ଚେତେଶ୍ବର ପୂଜାରା 7, ରୋହିତ ଶର୍ମା 26, ଋଷଭ ପନ୍ତ 8 ଅଜିଙ୍କ୍ୟ ରାହାଣେ 10 ଓ ଅକ୍ଷର ପଟେଲ 7 ରନ କରି ପାଭିଲିୟନ ଫେରିଥିଲେ । ଫଳରେ ଏହା ଇଂଲଣ୍ଡ ପାଇଁ ସାମାନ୍ୟ ସକରାତ୍ମକ ଆଶା ସଞ୍ଚାର କରିଥିଲା ।

ମାତ୍ର କ୍ୟାପଟେନ ବିରାଟ କୋହଲି ଓ ଅଭିଜ୍ଞ ଅଶ୍ବିନ ସପ୍ତମ ୱିକେଟ ଯୋଡିରେ 96 ରନ ଯୋଡିବା ସହ ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ସ୍ପିନ ଅନୂକୂଳ ଚେପକ୍‌ ୱିକେଟରେ କୋହଲି ନିଜର ବ୍ୟାଟିଂ ଦକ୍ଷତାକ ନିଖୁଣ ନିଦର୍ଶନ ଦେଖାଇଥିଲେ । ମାତ୍ର ମୋଇନ ଅଲୀଙ୍କ ବଲରେ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ । ଟେଷ୍ଟ କ୍ରିକେଟରେ 5ମ ଥର ପାଇଁ ମୋଇନ ଅଲୀଙ୍କ ଶିକାର ହୋଇଥିଲେ କୋହଲି । ପରେ କୁଲଦୀପ ଯାଦବ 3, ଇଶାନ୍ତ ଶର୍ମା 7 ରନ କରିଥିଲେ ।

ପୂର୍ବରୁ ପ୍ରଥମ ଇଂନିସରେ 329 ରନ କରିଥିଲା ଭାରତ । ଜବାବରେ ଇଂଲଣ୍ଡ ମାତ୍ର 134 ରନରେ ଅଲଆଉଟ ହୋଇଥିଲା । ଫଳରେ ଘରୋଇ ଦଳ 195 ରନର ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା ।

ସଂକ୍ଷିପ୍ତ ସ୍କୋର: ଭାରତ 329 ଓ 286 ଅଲଆଉଟ( ରବିଚନ୍ଦ୍ରନ ଅଶ୍ବିନ 106, ବିରାଟ କୋହଲି 62; ମୋଇନ ଅଲୀ 4/98, ଜାକ ଲିଚ 4/100) ବନାମ ଇଂଲଣ୍ଡ 134 ଅଲଆଉଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.