ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ 2-0ରେ ଜିତିଲା ପାକିସ୍ତାନ

author img

By

Published : Feb 8, 2021, 8:54 PM IST

Hasan Ali takes 10 wickets as Pakistan win first series against South Africa since 2003
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ 2-0ରେ ଜିତିଲା ପାକିସ୍ତାନ

2003 ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ସିରିଜ ବିଜୟୀ ହୋଇଛି ପାକିସ୍ତାନ । ଅଧିକ ପଢନ୍ତୁ...

ରାୱଲପିଣ୍ଡି: ହାସନ ଅଲୀଙ୍କ ଘାତକ ବୋଲିଂ ସହ 10 ୱିକେଟ ଅକ୍ତିଆର ପରେ ପାକିସ୍ତାନ 2003 ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ସିରିଜ ବିଜୟୀ ହୋଇଛି ।

Hasan Ali takes 10 wickets as Pakistan win first series against South Africa since 2003
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ 2-0ରେ ଜିତିଲା ପାକିସ୍ତାନ

ଦ୍ବିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଶେଷଦିନରେ ବିଜୟ ପାଇଁ 243 ରନ ଆବଶ୍ୟକ କରୁଥିଲା । ତେବେ ହାସନ ଅଲୀ 5 ଓ ସାହିନ ଆଫ୍ରିଦୀ 4ଟି ୱିକେଟ ହାସଲ କରିବା ସହ 95 ରନରେ ଭ୍ରମଣକାରୀ ଦଳକୁ ହରାଇଛି ପାକିସ୍ତାନ ।

ଦ୍ବିତୀୟ ତଥା ଶେଷ ଟେଷ୍ଟକୁ ଜିତିବା ସହ 2-0ରେ ସିରିଜ ମୂଳପୋଛ କରିଛି ପାକିସ୍ତାନ ।

ମ୍ୟାଚର ଏକ ସମୟରେ ଦକ୍ଷିଣ ଆଫ୍ରିକା 141/3 ରହିଥିଲା ଓ ପ୍ରତୀତ ହେଉଥିଲା ଡି କକ୍‌ଙ୍କ ଦଳ ସହଜରେ ବିଜୟ ଲକ୍ଷ୍ୟକୁ ହାସଲ କରିନେବ । ମାତ୍ର ପାକିସ୍ତାନ ପକ୍ଷରୁ ହାସନ ଅଲ୍ଲୀ 33 ରନ ମଧ୍ୟରେ ବାକି 7ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ ।

Hasan Ali takes 10 wickets as Pakistan win first series against South Africa since 2003
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ 2-0ରେ ଜିତିଲା ପାକିସ୍ତାନ

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା 274/10 ଓ 201/10(ଆଡନ ମାକ୍ରନ 108, ତେମ୍ବା ବାଭୁମା 61; ହାସନ ଅଲୀ 5-60); ପାକିସ୍ତାନ 272/10 ଓ 298/10 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.