ETV Bharat / sports

ଭାରତର ଆଉ ଜଣେ ପାକିସ୍ତାନୀ କ୍ରିକେଟର ଜ୍ବାଇଁ !

author img

By

Published : Jul 31, 2019, 8:19 AM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହରିୟାଣାର ଝିଅ ଶାମିଆ ଆରଜୁ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ ବିବାହ କରିବେ ବୋଲି ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ମାତ୍ର ବାହାଘର ସଂପୂର୍ଣ୍ଣ ଭାବେ ସ୍ଥିର ହୋଇ ନଥିବା କହିଛନ୍ତି ଅଲ୍ଲୀ ଓ ବାହାଘର ସ୍ଥିର ହେଲେ ସେ ଏ ବିଷୟରେ ଜଣାଇବେ ବୋଲି କହିଛନ୍ତି।

ଲାହୋର: ଭାରତୀୟ ଷ୍ଟାର ବ୍ୟାଡ ମିଣ୍ଟନ ଖେଳାଳି ସାନିଆ ମିର୍ଜାଙ୍କ ପରେ ଆଉ ଜଣେ ଝିଅ ପାକିସ୍ତାନର ବୋହୁ ହେବାକୁ ଯାଉଛନ୍ତି । ଏହି ଧାରରେ ଭାରତର ଆଉ ଜଣେ ପାକିସ୍ତାନୀ କ୍ରିକେଟର ଜ୍ବାଇଁ ହେବାକୁ ଯାଉଛନ୍ତି । ଏହି ନୂଆ ଜ୍ବାଇଁ ଜଣଙ୍କ ହେଉଛନ୍ତି ପାକିସ୍ତାନ ଦଳର ଦ୍ରୁତ ବୋଲର ହାସନ ଅଲ୍ଲୀ । ତେବେ ବାହାଘର ସଂପୂର୍ଣ୍ଣ ଭାବେ ସ୍ଥିର ହୋଇ ନଥିବା କହିଛନ୍ତି ଅଲ୍ଲୀ ଓ ବାହାଘର ସ୍ଥିର ହେଲେ ସେ ଘୋଷଣା କରିବେ ବୋଲି କହିଛନ୍ତି ।

ହରିୟାଣାର ଝିଅ ଶାମିଆ ଆରଜୁ ପାକିସ୍ତାନ ପେସ୍ ବୋଲର ହାସନ୍ ଅଲୀଙ୍କୁ ବିବାହ କରିବେ ବୋଲି ଏକ ଆନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ବିବାହ ଆଗାମୀ ଅଗଷ୍ଟ 20 ତାରିଖରେ ହେବ। ନେଇ ଉକ୍ତ ରିପୋର୍ଟ କହିଛି । ମାତ୍ର ମଙ୍ଗଳବାର ଏକ ଟ୍ବିଟ କରି ଏହାକୁ ଖଣ୍ଡନ କରିଛନ୍ତି ନିଜେ ଅଲ୍ଲୀ । ସେ କହିଛନ୍ତି, "ମୁଁ ଜଣାଇବାକୁ ଚାହୁଁଛି ମୋ ବାହାଘର ନେଇ କୌଣସି ତାରିଖ ସ୍ଥିର ହୋଇ ନାହିଁ । ଏନେଇ ମୋ ପରିବାର ଓ ତାଙ୍କ ପରିବାର ମିଶି ତାରିଖ ସ୍ଥିର କରିବେ । ତାରିଖ ସ୍ଥିର ହେଲା ପରେ ମୁଁ ନିଜେ ଘୋଷଣା କରିବି । ଉଲ୍ଲେଖଥାଉ କି, ଶାମିଆ ଏୟାର୍ ଏମିଟ୍ସେରେ ଫ୍ଲାଇଟ୍ ଇଞ୍ଜିନିୟର୍ ଅଛନ୍ତି । "

Hasan Ali marriage an Indian girl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ୍ ଟିମ୍ ଅଲରାଉଣ୍ଡର ସୋଏବ ମଲିକଙ୍କ ବିବାହ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସହ ହୋଇଛି ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.