ETV Bharat / sports

ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ

author img

By

Published : May 24, 2020, 2:36 PM IST

Great to be bowling again, Says Ben Stokes
ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ

ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଇଂଲଣ୍ଡ କ୍ରିକେଟରଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଛି ।

ଲଣ୍ଡନ: ଅଭ୍ୟାସକୁ ଫେରିଲେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଇଂଲଣ୍ଡ କ୍ରିକେଟରଙ୍କୁ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଛି । ଫଳରେ ପ୍ରଥମେ ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ୱର୍କ୍ସଙ୍କ ପରେ ଅଭ୍ୟାସକୁ ଫେରିଛନ୍ତି ଷ୍ଟୋକ୍ସ ।

ପ୍ରାୟ ଦୁଇମାସ ପରେ ବୋଲିଂ ଅଭ୍ୟାସ କରିବା ପରେ ଷ୍ଟୋକ୍ସ ଖୁସିବ୍ୟକ୍ତ କରିଛନ୍ତି । ଅଭ୍ୟାସ ବେଳର ଏକ ଭିଡିଓ ଷ୍ଟୋକ୍ସ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ।

ଇଂଲଣ୍ଡ କ୍ରିକେଟ ବୋର୍ଡ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଚାଳାଇଛି । ଅଭ୍ୟାସ ପାଇଁ ପ୍ରଥମ ପର୍ଯ୍ୟାୟରେ 18 ଜଣ ବୋଲରଙ୍କୁ ଅନୁମତି ମିଳିଛି । ଏହାପରେ ବ୍ୟାଟ୍ସମ୍ୟାନ ଓ ୱିକେଟ କିପରଙ୍କୁ ଅଭ୍ୟାସ ଅନୁମତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.