ETV Bharat / sports

'ଜାତିସଂଘରେ ଇମ୍ରାନଙ୍କ ଭାଷଣ ଅତି ନିମ୍ନମାନର'

author img

By

Published : Oct 4, 2019, 7:23 PM IST

ଡିଜାଇନ ଫଟୋ

ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣକୁ ଅତି ନିମ୍ନମାନର କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି । ଅଧକ ପଢନ୍ତୁ....

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତୀୟ କ୍ରିକେଟ ଜଗତ କଡା ସମାଲୋଚନା କରିଛି । ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଇମ୍ରାନ ଖାନ ପାକିସ୍ତାନ ପକ୍ଷରୁ ଅଭିଭାଷଣ ରଖିଥିଲେ । ମାତ୍ର ତାଙ୍କର ଭାଷଣରେ ପାକିସ୍ତାନ କମ ଭାରତ ଓ କାଶ୍ମୀର ପ୍ରସଙ୍ଗ ଅଧିକ ସ୍ଥାନ ପାଇଥିଲା । ଭାରତୀୟ କ୍ରିକେଟର ଇମ୍ରାନଙ୍କ ଏହି ଭାଷଣକୁ କଡା ନିନ୍ଦା କରିଛନ୍ତି ।

କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ, ଇରଫାନ ଫଠାନ, ଗୌତମ ଗମ୍ଭୀର, ହରଭଜନ ସିଂହ, ବିରେନ୍ଦ୍ର ସେହୱାଗ ଓ ମହମ୍ମଦ ସାମି ଟ୍ବିଟ କରି ଇମ୍ରାନଙ୍କୁ ସମାଲୋଚନା କରିଥିଲେ ।

Imran Khan UNGA speech
ଫଟୋ ସୌଜନ୍ୟ: twitter@Mdshami11@SGanguly99
Imran Khan UNGA speech
ଫଟୋ ସୌଜନ୍ୟ: twitter@SGanguly99
Imran Khan UNGA speech
ଫଟୋ ସୌଜନ୍ୟ: twitter@Irfanpathan
Imran Khan UNGA speech
ଫଟୋ ସୌଜନ୍ୟ: twitter@azharflicks

ତେବେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଇମ୍ରାନଙ୍କ ଭାଷଣକୁ ଅତି ନିମ୍ନମାନର ବୋଲି କହିଛନ୍ତି । ଗାଙ୍ଗୁଲି କହିଛନ୍ତି ସେ ବିଶ୍ବାସ କରିପାରୁନାହିଁନ୍ତି ଏପରି ଭାଷଣ ପାକିସ୍ତାନ ଭଳି ଦେଶର ପ୍ରଧାନମନ୍ତ୍ରୀ ଦେଉଛନ୍ତି । ସେ ନିଜେ ଜଣେ ପୂର୍ବତନ କ୍ରିକେଟର । ବର୍ତ୍ତମାନର ବିଶ୍ବ ଶାନ୍ତି ଆବଶ୍ୟକ କରୁଛି । ପାକିସ୍ତାନକୁ ଏହାର ବେଶୀ ଆବଶ୍ୟକ ରହିଛି । ମାତ୍ର ସେ ଆଶାନ୍ତି, ପ୍ରତିଶୋଧ ଓ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.