ETV Bharat / sports

ପରଲୋକରେ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ ଏଡରିଚ

author img

By

Published : Dec 25, 2020, 6:51 PM IST

Former England batsman John Edrich passes away at 83
ପରଲୋକରେ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ ଏଡରିଚ

ଜନ ପ୍ରଥମ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚର ସଦସ୍ୟ ରହିଥିଲେ । ଦିନିକିଆ କ୍ରିକେଟରେ ପ୍ରଥମ ଚୌକା ଓ ପ୍ରଥମ ଅର୍ଦ୍ଧଶତକ ମଧ୍ୟ ତାଙ୍କ ନାମରେ ରହିଛି । ଅଧିକ ପଢନ୍ତୁ...

ଲଣ୍ଡନ: ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ ଏଡରିଚଙ୍କ ଦେହାନ୍ତ । ମୃତ୍ୟୁବେଳକୁ ତାଙ୍କୁ 83 ବର୍ଷ ବୟସ ହୋଇଥିଲା । ଶୁକ୍ରବାର ଏନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ସୂଚନା ମିଳିଛି ।

ବାମହାତୀ ବ୍ୟାଟ୍ସମ୍ୟାନ ଏଡରିଚଙ୍କ ନାମରେ 5000ରୁ ଅଧିକ ରନ ରହିଛି । ବର୍ଷ 1963ରୁ 1976 ମଧ୍ୟରେ ଇଂଲଣ୍ଡ ପକ୍ଷରୁ ସେ ଖେଳିଛନ୍ତି 77ଟି ଟେଷ୍ଟ ମ୍ୟାଚ । ଗୋଟିଏ ଟେଷ୍ଟରେ ଇଂଲଣ୍ଡର କ୍ୟାପଟେନ ମଧ୍ୟ ରହିଛନ୍ତି ।

ଜନଙ୍କ ନ୍ୟୁଜିଲାଣ୍ଡ ବିପକ୍ଷରେ ଅପରାଜିତ 310 ରନର ଇଂନିସ, ଇଂଲିସ ବ୍ୟାଟ୍ସମ୍ୟାନ ଭାବେ ପଞ୍ଚମ ସର୍ବାଧିକ ଟେଷ୍ଟ ରନ ରହିଛି । କାଉଣ୍ଟି କ୍ରିକେଟ ଟିମ ସୁରେର ପ୍ରମୁଖ ଖେଳାଳି ରହିବା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ 39,000ରୁ ଅଧିକ ରନ ତାଙ୍କ ନାମରେ ରହିଛି ।

ପ୍ରଥମ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚରେ ସେ ସଦସ୍ୟ ରହିଥିଲେ । ଦିନିକିଆ କ୍ରିକେଟରେ ପ୍ରଥମ ଚୌକା ଓ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଜନଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହ ଇଂଲଣ୍ଡ ଜଣେ ବିସ୍ଫୋରକ ଓ ମହାନ ବ୍ୟାଟ୍ସମ୍ୟାନଙ୍କୁ ହରାଇଲା ବୋଲି ଇସିବି ମୁଖ୍ୟ କାର୍ଯ୍ୟନିବାହୀ ଅଫିସର ଟମ ହରିସନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.