ETV Bharat / sports

ଖୁବଶୀଘ୍ର ଅଭ୍ୟାସକୁ ଫେରିବ ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ

author img

By

Published : Jun 16, 2020, 2:36 PM IST

England's County Cricket clubs could resume training within days
ଖୁବଶୀଘ୍ର ଅଭ୍ୟାସକୁ ଫେରିବ ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ

ଘରୋଇ ସିଜିନ ପ୍ରସ୍ତୁତି ନେଇ ଖୁବଶୀଘ୍ର ଅଭ୍ୟାସକୁ ଫେରିବ ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ ।

ଲଣ୍ଡନ: ଘରୋଇ ସିଜିନ ପ୍ରସ୍ତୁତି ନେଇ ଖୁବଶୀଘ୍ର ଅଭ୍ୟାସକୁ ଫେରିବ ଇଂଲଣ୍ଡର କାଉଣ୍ଟି କ୍ରିକେଟ କ୍ଳବ । ଅଗଷ୍ଟ ପହିଲାରୁ ଘରୋଇ କାଉଣ୍ଟି କ୍ରିକେଟ ସିଜିନ ଆରମ୍ଭ ହେବ । ଏହା ପୂର୍ବରୁ ସମସ୍ତ କ୍ଳବ ଅଭ୍ୟାସକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସୁରେ ଓ ଲାନସାସେୟର ଖେଳାଳିଙ୍କ ବ୍ୟତୀତ ଏକାଧିକ କ୍ଳବ ଅଭ୍ୟାସ ଆରମ୍ଭ କରିସାରିଛନ୍ତି । ଜୁନ 22ରୁ ୱର୍ସେଷ୍ଟରସେୟର କ୍ରିକେଟ କ୍ଳବ ଅଭ୍ୟାସ ଆରମ୍ଭ କରିବା ନେଇ ଘୋଷଣା କରିଛି ।

ଜୁଲାଇ 1ରୁ ସମରସେଟ ଖେଳାଳି ମଧ୍ୟ ଫେରିବେ । ତେବେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଠିକ ସମୟରେ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ସମସ୍ତ କାଉଣ୍ଟି କ୍ରିକେଟ କ୍ଳବ ଆଶାବାଦୀ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.