ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ବର୍ଷା ଧୋଇନେଲା 3ୟ ଦିନ, ନିରାଶ ଇଂଲଣ୍ଡ

author img

By

Published : Jul 19, 2020, 3:10 PM IST

England vs West Indies, 2nd Test: England left frustrated as entire Day 3 washed off due to rain
ମାଞ୍ଚେଷ୍ଟର ଟେଷ୍ଟ: ବର୍ଷା ଧୋଇନେଲା 3ୟ ଦିନ, ନିରାଶ ଇଂଲଣ୍ଡ

ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର 3ୟ ଦିନ ବର୍ଷାରେ ଧୋଇଯିବା ପରେ ନିରାଶ ଘରୋଇ ଦଳ । 3ମ୍ୟାଚ ବିଶିଷ୍ଟ ସିରିଜରେ 1-ରେ ଆଗୁଆ ରହିଛି ୱେଷ୍ଟଇଣ୍ଡିଜ ।

ମାଞ୍ଚେଷ୍ଟର: ଇଂଲଣ୍ଡ -ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର 3ୟ ଦିନ ବର୍ଷାରେ ଧୋଇଯିବା ପରେ ନିରାଶ ଘରୋଇ ଦଳ । 3ମ୍ୟାଚ ବିଶିଷ୍ଟ ସିରିଜରେ 1-ରେ ଆଗୁଆ ରହିଛି ୱେଷ୍ଟଇଣ୍ଡିଜ । ତେବେ ଦ୍ବିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ ସହ ମ୍ୟାଚର ଫଳାଫଳ ନିଜ ସପକ୍ଷରେ ଆଶା କରୁଥିବା ଇଂଲଣ୍ଡ ନିରାଶ ହୋଇଛି ।

ପ୍ରଥମ ଇଂନିସ 469/9ରେ ଘୋଷଣା କରିବା ପରେ, ଇଣ୍ଡିଜକୁ ଶୀଘ୍ର ଆଉଟ କରିବା ଲକ୍ଷ୍ୟରେ ରହିଥିଲା । ଓପନର ଜନ ଚାମ୍ପବେଲଙ୍କ ୱିକେଟ ମଧ୍ୟ ଶ୍ରୀଘ୍ର ହାସଲ କରିଥିଲା । ଦ୍ବିତୀୟ ଦିନ ଖେଳ ଶେଷରେ ଇଣ୍ଡିଜର ସ୍କୋର 31/1 ରହିଥିଲା । କ୍ରେଗ ବ୍ରେଥୱେଟ 6 ଓ ନାଇଟୱାଚମ୍ୟାନ ଆଲେଜରୀ ଜୋସେଫ ଅପରାଜିତ ରହିଥିଲେ ।

ଦ୍ବିତୀୟ ଦିନ ଶେଷରେ ଇଂଲଣ୍ଡର ପଲ୍ଲା ଭାରୀ ରହିଥିଲା । ତେବେ 3ୟ ଦିନର ବର୍ଷା ସବୁକିଛି ବିଗାଡି ଦେଇଛି । ଇଣ୍ଡିଜ ପାଇଁ ଫାଇଦାମାନ ସାବ୍ୟସ୍ତ ହୋଇଛି । ଆଜି ମ୍ୟାଚର 4ର୍ଥ ଦିନ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ ହାତରେ 9 ୱିକେଟ କରିଛି ।

ଫଳରେ ମ୍ୟାଚର ଫଳାଫଳ ନେଇ ସନ୍ଦେହ ସୃଷ୍ଟି ହେବା ସହ ଅମୀମାଂସିତ ଭାବେ ଶେଷ ହେବାର ସମ୍ଭାବନା ରହିଛି । ଏହି ମ୍ୟାଚରେ ବିଜୟ ସହ ସିରିଜ ବରାବର ଲକ୍ଷ୍ୟରେ ରହିଥିଲା ଇଂଲଣ୍ଡ । ବିଜୟ ପାଇଁ ଶେଷ ଦୁଇଟି ଦିନରେ ଇଂଲଣ୍ଡ ବୋଲରଙ୍କୁ ଇଣ୍ଡିଜକୁ ଦୁଇଥର ଅଲଆଉଟ କରିବାକୁ ହେବ । ସେଥିପାଇଁ ମ୍ୟାଚର ଫଳାଫଳକୁ ନେଇ ଆଶଙ୍କା ଦେଖାଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.