ETV Bharat / sports

ସାଉଥାମ୍ପଟନ ଦ୍ବିତୀୟ ଟେଷ୍ଟ: 3ୟ ଦିନ ଖେଳରେ ବର୍ଷା ସାଜିଲା ବାଧକ

author img

By

Published : Aug 16, 2020, 1:28 PM IST

@TheRealPCB
@TheRealPCB

ଇଂଲଣ୍ଡ -ପାକିସ୍ତାନ 2ୟ ଟେଷ୍ଟ । ଶନିବାର ଦିନ ମ୍ୟାଚର 3ୟ ଦିନ ବର୍ଷା କାରଣରୁ ସମ୍ପୂର୍ଣ୍ଣ ବାତିଲ ହୋଇଛି ।

ସାଉଥମ୍ପଟନ: ଦ ଏଜେସ ବାଉଲ ଗ୍ରାଉଣ୍ଡରେ ଇଂଲଣ୍ଡ -ପାକିସ୍ତାନ ମଧ୍ୟରେ ଚାଲିଛି 2ୟ ଟେଷ୍ଟ ମ୍ୟାଚ । ଏହି ଟେଷ୍ଟ ମ୍ୟାଚର 1ମ ଦିନରୁ ହିଁ ବର୍ଷା ଖେଳରେ ବିଘ୍ନ ଆଣୁଛି । ସେଥିପାଇଁ 2ୟ ଦିନ ସୁଦ୍ଧା ମାତ୍ର 86ଓଭର ମ୍ୟାଚ ଖେଳି ପାରିଛନ୍ତି ପାକିସ୍ତାନ ବ୍ୟାଟ୍ସମ୍ୟାନ । ତେବେ ଶନିବାର ଦିନ ମ୍ୟାଚର 3ୟ ଦିନ ବର୍ଷା କାରଣରୁ ସମ୍ପୂର୍ଣ୍ଣ ବାତିଲ ହୋଇଯାଇଛି ।

ମ୍ୟାଚର 3ୟ ଦିନରେ ରହି ରହି ବର୍ଷା ହେବ ସହ ଗ୍ରାଉଣ୍ଡରେ କମ ଆଲୋକ କାରଣରୁ ବିନା ଖେଳ ଆରମ୍ଭ ହୋଇ ପାରିଲା ନାହିଁ । ମ୍ୟାଚର 4ର୍ଥ ଦିନ ଖେଳ ପାକିସ୍ତାନ 223-9ରୁ ହିଁ ଆରମ୍ଭ କରିବ ।

ସୂଚନାଥାଉକି, 2ୟ ଦିନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ 41.2 ଓଭରର ମ୍ୟାଚ ଖେଳିଥିଲେ । ତେବେ 2ୟ ଦିନ ଖେଳ ଶେଷ ସୁଦ୍ଧା ମୋଟ 86 ଓଭରରେ 9ଓ୍ବିକେଟ ହରାଇ 223 ରନ ସଂଗ୍ରହ କରିଥିଲା ଭ୍ରମଣକାରୀ ଟିମ ପାକିସ୍ତାନ ।

ତେବେ ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ (60*)ଙ୍କୁ ଛାଡିଦେଲେ ପାକିସ୍ତାନର ବ୍ୟାଟ୍ସମ୍ୟାନ କୌଣସି କରିସ୍ମା ଦେଖାଇ ପାରି ନାହାଁନ୍ତି । ପ୍ରଥମ ଦିନ ପରି 2ୟ ଦିନରେ ବି ବାରମ୍ବାର ବର୍ଷା ଯୋଗୁଁ ମାତ୍ର 41.2 ଓଭରର ଖେଳ ହୋଇଥିଲା । କ୍ରିଜରେ ରିଜଓ୍ବାନଙ୍କ ସହ ନସିମ ଶାହା ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.