ETV Bharat / sports

ଇଂଲଣ୍ଡ ବନାମ ପାକିସ୍ତାନ 2ୟ ଟେଷ୍ଟ: ରିଜଓ୍ବାନଙ୍କ ଅର୍ଦ୍ଧଶତକରେ ପାକିସ୍ତାନ ସ୍କୋର 223/9

author img

By

Published : Aug 15, 2020, 1:06 PM IST

ecb
ଇଂଲଣ୍ଡ ବନାମ ପାକିସ୍ତାନ 2ୟ ଟେଷ୍ଟ: ରିଜଓ୍ବାନଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ସ୍କୋର 223/9

ଇଂଲଣ୍ଡ ବନାମ ପାକିସ୍ତାନ 2ୟ ଟେଷ୍ଟ । 2ୟ ଦିନରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଜଓ୍ବାନଙ୍କ 60 ରନ୍ ବଳରେ ଟିମ 200ରନ ସ୍କୋର କରିପାରିଛି । ଅଧିକ ପଢନ୍ତୁ...

ସାଉଥମ୍ପଟନ: ଇଂଲଣ୍ଡ ବନାମ ପାକିସ୍ତାନ । ଶୁକ୍ରବାର ଦିନ ଉଭୟ ଦେଶ ମଧ୍ୟରେ 2ୟ ଟେଷ୍ଟର 2ୟ ଦିନ ମ୍ୟାଚ ଖେଳାଯାଇଛି । 2ୟ ଦିନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ କେବଳ 41.2 ଓଭରର ମ୍ୟାଚ ହିଁ ଖେଳିପାରିଛନ୍ତି । ତେବେ 2ୟ ଦିନ ଖେଳ ଶେଷ ସୁଦ୍ଧା ମୋଟ 86 ଓଭରରେ 9 ଓ୍ବିକେଟ ହରାଇ 223ରନ ସଂଗ୍ରହ କରିଛି ଭ୍ରମଣକାରୀ ଟିମ ପାକିସ୍ତାନ ।

ତେବେ ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ (60*)ଙ୍କୁ ଛାଡିଦେଲେ ପାକିସ୍ତାନର ବ୍ୟାଟ୍ସମ୍ୟାନ କୌଣସି କରିସ୍ମା ଦେଖାଇପାରିନାହାନ୍ତି । ପ୍ରଥମ ଦିନ ପରି 2ୟ ଦିନରେ ବି ବାରମ୍ବାର ବର୍ଷା ଯୋଗୁଁ ମାତ୍ର 41.2 ଓଭରର ଖେଳ ହୋଇଛି । କ୍ରିଜରେ ରିଜଓ୍ବାନଙ୍କ ସହ ନସିମ ଶାହା ରହିଛନ୍ତି ।

ବିପକ୍ଷ ଦଳ ପକ୍ଷରୁ ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରର୍ଡ 3ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିପରି ସାମ କୁରେନ ଓ କ୍ରିସ ଓ୍ବର୍କ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.