ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ଦୃଢ ସ୍ଥିତିରେ ଭ୍ରମଣକାରୀ ପାକିସ୍ତାନ

author img

By

Published : Aug 7, 2020, 3:55 PM IST

England vs Pakistan, 1st Test: Shan, Abbas put PAK on top against ENG
ମାଞ୍ଚେଷ୍ଟର ଟେଷ୍ଟ: ଦୃଢ ସ୍ଥିତିରେ ଭ୍ରମଣକାରୀ ପାକିସ୍ତାନ

ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ଶେଷ ସୁଦ୍ଧା ପାକିସ୍ତାନ ଦୃଢ ସ୍ଥିତିରେ ରହିଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆଜି 3ୟ ଦିନ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ପାକିସ୍ତାନ ଦୃଢ ସ୍ଥିତିରେ ରହିଛି । ସାନ ମାସୁଦଙ୍କ 156 ଓ ବାବର ଆଜମଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ପ୍ରଥମ ଇଂନିସରେ 326 ରନରେ ଅଲଆଉଟ ହୋଇଥିଲା ପାକିସ୍ତାନ । ଏହାପରେ ଦ୍ରୁତ ବୋଲର ମହମ୍ମଦ ଆବାସ ଇଂଲଣ୍ଡର ପ୍ରଥମ 3ୟ ଶୀର୍ଷ ବ୍ୟାଟ୍ସମ୍ୟାନଙ୍କ ଓ୍ବିକେଟ ହାସଲ କରି ପାକିସ୍ତାନକୁ ମ୍ୟାଚରେ ମଜଭୁତ ସ୍ଥିତିରେ ପହଞ୍ଚାଇଛନ୍ତି ।

England vs Pakistan, 1st Test: Shan, Abbas put PAK on top against ENG
ମାଞ୍ଚେଷ୍ଟର ଟେଷ୍ଟ: ଦୃଢ ସ୍ଥିତିରେ ଭ୍ରମଣକାରୀ ପାକିସ୍ତାନ

ଦ୍ବିତୀୟ ଦିନର ଖେଳ ସୁଦ୍ଧା ଇଂଲଣ୍ଡର ସ୍କୋର 92/4 ରନ ସହ, ପାକିସ୍ତାନ ଠାରୁ 234 ରନ ପଛରେ ରହିଛି । ଅନ୍ୟପଟେ ଆଜି (ଶୁକ୍ରବାର) 3ୟ ଦିନରେ ଘରୋଇ ଇଂଲଣ୍ଡ ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 92ରୁ ଇଂନିସ ଆରମ୍ଭ କରିବ । ଓଲି ପୋପ 46 ଓ ଜସ ବଟଲର 15 ରନରେ ଅପାରାଜିତ ଅଛନ୍ତି । ପୂର୍ବରୁ ଓପନର ରରି ବର୍ଣ୍ଣସ 4, ଡୋମିନିକ ସିବଲେ 8, କ୍ୟାପଟେନ ଜୋ ରୁଟ 14 ଓ ଫର୍ମରେ ଥିବା ବେନ ଷ୍ଟୋକ୍ସ ଶୂନରେ ଆଉଟ ହୋଇଛନ୍ତି ।

England vs Pakistan, 1st Test: Shan, Abbas put PAK on top against ENG
ଓଲି ପୋପ

ପାକିସ୍ତାନ ପକ୍ଷରୁ ମହମ୍ମଦ ଆବାସ 2ଟି ୱିକେଟ ଅକ୍ତିଆର କରିଥିବା ବେଳେ, ସାହୀନ ଆଫ୍ରିଦୀ ଓ ୟାସିର ଶାହ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.