ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡ ସାମ୍ନାରେ 277 ରନର ବିଜୟ ଲକ୍ଷ୍ୟ

author img

By

Published : Aug 8, 2020, 5:04 PM IST

England Vs Pakistan 1st Test, Day 4: Pakistan set England a target of 277
ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡ ସାମ୍ନାରେ 277 ରନର ବିଜୟ ଲକ୍ଷ୍ୟ/ଟାର୍ଗେଟ

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ । ଶନିବାର ମ୍ୟାଚର ଚତୁର୍ଥ ଦିନ ହୋଇଥିବାବେଳ, ଇଂଲଣ୍ଡ ସାମ୍ନାରେ 277 ରନର ବିଜୟ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ପାକିସ୍ତାନ ।

ମାଞ୍ଚେଷ୍ଟର: ରୋମାଞ୍ଚକ ସ୍ଥିତିରେ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ । ଆଜି (ଶନିବାର) ମ୍ୟାଚର ଚତୁର୍ଥ ଦିନ ହୋଇଥିବାବେଳ, ଇଂଲଣ୍ଡ ସାମ୍ନାରେ 277 ରନର ବିଜୟ ଲକ୍ଷ୍ୟ ରଖିଛି ଭ୍ରମଣକାରୀ ପାକିସ୍ତାନ । 3ୟ ଦିନ ଶେଷରେ ଭଲ ସ୍ଥିତିରେ ଥିବା ପାକିସ୍ତାନ ଦ୍ବିତୀୟ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ବଡ ବିଜୟ ଲକ୍ଷ୍ୟ ହାସଲ କରିପାରିନଥିଲା ।

ଦ୍ବିତୀୟ ଇଂନିସରେ ଘରୋଇ ଦଳର ବୋଲର ଲୟକୁ ଫେରିବା ସହ, ପାକିସ୍ତାନକୁ ମାତ୍ର 169 ରନରେ ଅଟକାଇଥିଲେ । 3ୟ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନର ସ୍କୋର 137/8 ରହିଥିଲା । ଏଥିସହିତ 244 ରନର ଅଗ୍ରଣୀ ମିଳିଥିଲା । ତେବେ ଚତୁର୍ଥ ଦିନ ଖେଳର ମାତ୍ର 20 ମିନିଟ ମଧ୍ୟରେ ଶେଷ ଦୁଇଟି ଓ୍ବିକେଟ ହରାଇଥିଲା ପାକିସ୍ତାନ ।

ଦ୍ବିତୀୟ ଇଂନିସରେ ଆଗଧାଡିର ସମସ୍ତ ବ୍ୟାଟ୍ସମ୍ୟାନ ଫେଲ ମାରିବା ପରେ ପାକିସ୍ତାନ ପକ୍ଷରୁ ସର୍ବାଧିକ 33 ରନର ଇଂନିସ ଖେଳିଥିଲେ ସ୍ପିନର ୟାସିର ସାହ । ସାଫିକ 29 ଓ ୱିକେଟ କିପର ରିଜୱାନ 27 ରନର ଯୋଗଦାନ କରିଥିଲେ । ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ବାବାର ଆଜମ ମାତ୍ର ରନରେ ଆଉଟ ହୋଇଥିଲେ । ପ୍ରଥମ ଇଂନିସର ଶତକ ହାସଲ କରିଥିବା ସାମ ମାସୁଦ ଶୂନ ଓ କ୍ୟାପଟେନ ଆଝାର ଅଲ୍ଲୀ 18 ରନ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । କ୍ରିସ ୱର୍କ୍ସ ଓ ବେନ ଷ୍ଟୋକ୍ସ 2ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଜୋଫ୍ରା ଆର୍ଚର ଓ ଡୋମିନିକ ବେସଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.