ETV Bharat / sports

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଟିମ ଘୋଷଣା

author img

By

Published : Jul 4, 2020, 6:57 PM IST

England name 13 man squad for 1st Test against West Indies
ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଟିମ ଘୋଷଣା

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି)ପକ୍ଷରୁ 13 ଜଣିଆ ଇଂଲଣ୍ଡ ଟିମ ଘୋଷଣା ହୋଇଛି ।

ଲଣ୍ଡନ: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ଇସିବି)ପକ୍ଷରୁ 13 ଜଣିଆ ଇଂଲଣ୍ଡ ଟିମ ଘୋଷଣା ହୋଇଛି ।

ପ୍ରଥମ ଟେଷ୍ଟରେ ନିୟମିତ କ୍ୟାପଟେନ ଜୋ ରୁଟ ଙ୍କ ଅନୁପସ୍ଥିତିରେ ବେନ ଷ୍ଟୋକ୍ସ ଇଂଲଣ୍ଡର କ୍ୟାପଟେନ ଭାର ସମ୍ଭାଳିବେ । ଘୋଷଣା ହୋଇଥିବା ଦଳରେ ଏକମାତ୍ର ସ୍ପିନର ଭାବେ ଡମ ବେସ ସ୍ଥାନ ପାଇଛନ୍ତି । ଅନ୍ୟପଟେ ୱିକେଟ କିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ଓ ଅଲରାଉଣ୍ଡର ମୋଇନ ଅଲ୍ଲୀ ବାଦ ପଡିଛନ୍ତି ।

ଏଥିସହିତ 9ଜଣ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଗତ ମାର୍ଚ୍ଚ ମାସରୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ ବନ୍ଦ ରହିଥିଲା । ମାତ୍ର ଏହି ସିରିଜରୁ ଜୁଲାଇ 8ରୁ ପୁନଃ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହେବାକୁ ଯାଉଛି ।

ଘୋଷିତ ଇଂଲଣ୍ଡ ଟିମ: ବେନ ଷ୍ଟୋକ୍ସ(କ୍ୟାପଟେନ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଡୋମିନିକ ବେସ, ଷ୍ଟୁଆର୍ଟ ବ୍ରଡ, ରରି ବର୍ଣ୍ଣସ, ଜସ ବଟଲର(ୱିକେଟ କିପର), ଜାକ କ୍ରାୱଲି, ଜୋ ଡେନଲି, ଓଲି ପୋପ, ଡମ ସିବଲି, କ୍ରିସ ୱର୍କ୍ସ, ମାର୍କ ଉଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.