ETV Bharat / sports

ରୋମାଞ୍ଚକର ସ୍ଥିତିରେ ମାଞ୍ଚେଷ୍ଟର ଟେଷ୍ଟ: ଇଣ୍ଡିଜ ସାମ୍ନାରେ 312 ରନର ଟାର୍ଗେଟ

author img

By

Published : Jul 20, 2020, 5:43 PM IST

ENG vs WI: West Indies need 312 in 85 overs after Stokes blitz
ରୋମାଞ୍ଚକର ସ୍ଥିତିରେ ମାଞ୍ଚେଷ୍ଟର ଟେଷ୍ଟ: ଇଣ୍ଡିଜ ସାମ୍ନାରେ 312 ରନର ଟାର୍ଗେଟ

ରୋମାଞ୍ଚକର ସ୍ଥିତିରେ ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟ । 129/3ରେ ଇଂଲଣ୍ଡ ଦ୍ବିତୀୟ ଇଂନିସ ଘୋଷଣା କରିବା ପରେ, ଇଣ୍ଡିଜ ସାମ୍ନାରେ 312 ରନର ବିଜୟ ଲକ୍ଷ୍ୟ ରହିଛି ।

ମାଞ୍ଚେଷ୍ଟର: ରୋମାଞ୍ଚକର ସ୍ଥିତିରେ ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟ । 129/3ରେ ଇଂଲଣ୍ଡ ଦ୍ବିତୀୟ ଇଂନିସ ଘୋଷଣା କରିବା ପରେ, ଇଣ୍ଡିଜ ସାମ୍ନାରେ 312 ରନର ବିଜୟ ଲକ୍ଷ୍ୟ ରହିଛି ।

ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ 57 ବଲରୁ 78 ଏବଂ ଓଲି ପୋପ 12 ରନରେ ଅପରାଜିତ ରହିଥିଲେ । 4ର୍ଥ ଦିନର ଅସମାପ୍ତ ସ୍କୋର, 37/2ରୁ ବ୍ୟାଟିଂ ଆରମ୍ଭ କରି 5ମ ଦିନରେ 11 ଓଭରରେ 92 ରନ ଯୋଡିବା ପରେ ଇଂଲଣ୍ଡ ଇଂନିସ ଘୋଷଣା କରିଥିଲା ।

ପୂର୍ବରୁ ଇଂଲଣ୍ଡର 469 ରନ ଜବାବରେ, ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ପ୍ରଥମ ଇଂନିସରେ 287 ରନରେ ଅଲଆଉଟ ହୋଇଥିଲା । ଫଳରେ ଇଂଲଣ୍ଡକୁ 182 ରନର ପ୍ରଥମ ଇଂନିସ ଅଗ୍ରଣୀ ମିଳିଥିଲା ।

ଶେଷ ଦିନର 85 ଓଭରରେ ଇଣ୍ଡିଜକୁ ବିଜୟ ପାଇଁ 312 ରନର ଲକ୍ଷ୍ୟ ରହିଛି । 5 ଦିନରେ ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଥିବାବେଳେ, ବିଜୟ ଆଜକୁ ଅଗ୍ରସର ହୋଇଛି ଇଂଲଣ୍ଡ । ଶେଷ ସୂଚନା ଅନୁଯାୟୀ ବିଜୟ ଠାରୁ 7 ୱିକେଟ ଦୂରରେ ରହିଛି ଘରୋଇ ଦଳ । 10 ଓଭର ଖେଳ ଶେଷ ସୁଦ୍ଧା ଇଣ୍ଡିଜ 24 ରନରେ 3 ୱିକେଟ ହରାଇ ପରାଜାୟ ଏଡାଇବାକୁ ସଂଘର୍ଷ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.