ETV Bharat / sports

ଇଂଲଣ୍ଡ ବନାମ ଇଣ୍ଡିଜ 3ୟ ଟେଷ୍ଟ: ପୋପ୍-ବଟଲରଙ୍କ ଶତକୀୟ ପାର୍ଟନରସିପ

author img

By

Published : Jul 25, 2020, 4:06 PM IST

ENG vs WI: Ollie Pope, Jos Buttler steer England to 258/4 on Day 1
ଇଂଲଣ୍ଡ ବନାମ ଇଣ୍ଡିଜ, 3ୟ ଟେଷ୍ଟ: ପୋପ୍-ବଟଲରଙ୍କ ଶତକୀୟ ପାର୍ଟନରସିପ

ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟର ଆଜି 2ୟ ଦିନ । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡର ସ୍କୋର 258/4 ରହିଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟର ଆଜି 2ୟ ଦିନ । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡର ସ୍କୋର 258/4 ରହିଛି । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଓଲି ପୋପ ଦମଦାର ଅପରାଜିତ 91 ରନର ଇଂନିସ ଖେଳି ଇଂଲଣ୍ଡକୁ ପ୍ରଥମ ଦିନରେ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛନ୍ତି । ଏଥିସହିତ ଶତକ ଠାରୁ ମାତ୍ର 9 ରନ ଦୂରରେ ରହିଛନ୍ତି । ପୋପଙ୍କ ଭରପୁର ସାଥ୍ ଦେଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର । 57 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳି ବଟଲର ମଧ୍ୟ ଅପରାଜିତ ଅଛନ୍ତି । ଉଭୟଙ୍କ ମଧ୍ୟରେ 136 ରନର ପାର୍ଟନରସିପ ହୋଇଛି । ଖରାପ ଆଲୋକ ଯୋଗୁଁ ପ୍ରଥମ ଦିନ ଖେଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ।

ENG vs WI: Ollie Pope, Jos Buttler steer England to 258/4 on Day 1
ଇଂଲଣ୍ଡ ବନାମ ଇଣ୍ଡିଜ, 3ୟ ଟେଷ୍ଟ

ପୂର୍ବରୁ ଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ଟସ ଜିତି ବୋଲିଂ ନିଷ୍ପତ୍ତି ନେବାପରେ ବୋଲରମାନେ ସଠିକ ପ୍ରମାଣିତ କରିଥିଲେ । ଇଂଲଣ୍ଡର ସ୍କୋର 1 ଥିବାବେଳେ, ଓପନର ଡୋମିନିକ ସିବଲେଙ୍କୁ ଶୂନରେ ଆଉଟ କରିଥିଲେ କେମାର ରୋଚ । ଏକଦା ଘରୋଇ ଦଳ କ୍ୟାପଟେ ଜୋ ରୁଟ୍, ବେନ ଷ୍ଟୋକ୍ସ ଓ ରରି ବର୍ଣ୍ଣସଙ୍କୁ ହରାଇ 122/4ରେ ସଙ୍କଟରେ ପଡିଥିଲା । ତେବେ ବର୍ଣ୍ଣସ ପାଭିଲିୟନ ଫେରିବା ପୂର୍ବରୁ 147 ବଲରୁ ଲଢୁଆ 57 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ରୁଟ୍ ମାତ୍ର 17 ରନ କରି ରନଆଉଟ ହୋଇଥିଲେ । ଗତ ମ୍ୟାଚ ହିରୋ ଷ୍ଟୋକ୍ସ ଫେଲ୍ ମାରିଥିଲେ ।

ENG vs WI: Ollie Pope, Jos Buttler steer England to 258/4 on Day 1
ଇଂଲଣ୍ଡ ବନାମ ଇଣ୍ଡିଜ, 3ୟ ଟେଷ୍ଟ

ଇଣ୍ଡିଜ ପକ୍ଷରୁ କେମାର ରୋଚଙ୍କୁ 2ଟି ଓ ରୋଷ୍ଟନ ଚେଜଙ୍କୁ ଗୋଟିଏ ୱିକେଟ ମିଳିଛି ।

ଇଂଲଣ୍ଡ ଗତକାଲିର ଅସମାପ୍ତ ସ୍କୋର 258/4ରୁ ଖେଳ ଆରମ୍ଭ କରିବ । ନିର୍ଣ୍ଣାୟକ ଟେଷ୍ଟ ହୋଇଥିବାରୁ ଉଭୟ ଦଳ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଇଂଲଣ୍ଡ ମାଟିରେ ଡ୍ର କିମ୍ବା ବିଜୟ ସହ ୱିସଡେନ ଟ୍ରଫି ରଖିବା ଲକ୍ଷ୍ୟରେ ରହିଛି । 3 ମ୍ୟାଚ ବିଶିଷ୍ଟ ସିରିଜ 1-1ରେ ବରାବର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.