ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ବ୍ରଡଙ୍କ ଘାତକ ବୋଲିଂ, 197ରେ ଅଟକିଲା ଇଣ୍ଡିଜ

author img

By

Published : Jul 26, 2020, 5:34 PM IST

ENG VS WI 3rd test, day 3: Indies first innings end at 197
ମାଞ୍ଚେଷ୍ଟର ଟେଷ୍ଟ: ବ୍ରଡଙ୍କ ଘାତକ ବୋଲିଂ, 197ରେ ଅଟକିଲା ଇଣ୍ଡିଜ

ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 3ୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡର ପଲ୍ଲା ଭାରୀ ରହିଛି । ଘରୋଇ ଦଳର ପ୍ରଥମ ଇଂନିସ ସ୍କୋର 369 ଜବାବରେ ଭ୍ରମଣକାରୀ ଦଳ ମାତ୍ର 197 ରନରେ ଅଲଆଉଟ ହୋଇଯାଇଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 3ୟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡର ପଲ୍ଲା ଭାରୀ ରହିଛି । ଘରୋଇ ଦଳର ପ୍ରଥମ ଇଂନିସ ସ୍କୋର 369 ଜବାବରେ ଭ୍ରମଣକାରୀ ଦଳ ମାତ୍ର 197 ରନରେ ଅଲଆଉଟ ହୋଇଯାଇଛି ।

ଫଳରେ ଇଂଲଣ୍ଡକୁ 172 ରନର ଗୁରୁତ୍ବପୂର୍ଣ୍ଣ ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି । 2ୟ ଦିନର ଅସମାପ୍ତ ସ୍କୋରରୁ ଖେଳ ଆରମ୍ଭ କରିଥିଲା ଇଣ୍ଡିଜ । କ୍ୟାପଟେନ ଜେସନ ହୋଲ୍ଡର ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ସେନ ଡାୱରିଚ କିଛି ସମୟ ସଂଘର୍ଷ କରିଥିଲେ । ମାତ୍ର ଶକ୍ତିଶାଳୀ ଇଂଲିସ ବୋଲିଂ ଆଟାକ ସମ୍ମୁଖରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ଇଣ୍ଡିଜ ପକ୍ଷରୁ କ୍ୟାପଟେନ ହୋଲ୍ଡର 82 ବଲରେ ସର୍ବାଧିକ 46 ଓ ଡାୱରିଚ 37 ରନର ଇଂନିସ ଖେଳି ଶେଷ ଖେଳାଳି ଭାବେ ଆଉଟ ହୋଇଥିଲେ ।

ଇଂଲଣ୍ଡ ପକ୍ଷରୁ ଅଭିଜ୍ଞ ଷ୍ଟୁଆର୍ଟ ବ୍ରଡ ଘାତକ ବୋଲିଂ ସହ 6 ୱିକେଟ ଅକ୍ତିଆର କରିଥିଲେ । ଆଣ୍ଡରସନ 2ଟି, ଆର୍ଚର-ୱର୍କ୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ପୂର୍ବରୁ ଓଲି ପୋପଙ୍କ 91, ଜସ ବଟଲରଙ୍କ 67, ରରି ବର୍ଣ୍ଣସ 57, ଓ ବ୍ରଡଙ୍କ 62 ରନ ବଳରେ ଇଂଲଣ୍ଡ 369 ରନ କରିଥିଲା ।

ସିରିଜ ନିର୍ଣ୍ଣାୟକ ମ୍ୟାଚରେ ଆଉ ଦୁଇ ଦିନ ଖେଳ ବାକି ଥିବାବେଳେ ଉଭୟ ଦଳ ବିଜୟ ଲକ୍ଷ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.