ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ନିର୍ଣ୍ଣାୟକ ଟେଷ୍ଟ, ପ୍ରଥମ ଦିନ: ବର୍ଣ୍ଣସଙ୍କ ଅର୍ଦ୍ଧଶତକ, ଇଂଲଣ୍ଡର ବ୍ୟାଟିଂ ଜାରି

author img

By

Published : Jul 24, 2020, 10:16 PM IST

Eng vs WI 3rd Test, Day 1: Burns scores fifty, England struggling at 131/4
ଇଂଲଣ୍ଡ-ଇଣ୍ଡିଜ ନିର୍ଣ୍ଣାୟକ ଟେଷ୍ଟ, ପ୍ରଥମ ଦିନ: ବର୍ଣ୍ଣସଙ୍କ ଅର୍ଦ୍ଧଶତ, ଇଂଲଣ୍ଡର ବ୍ୟାଟିଂ ଜାରି

ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟର ଖେଳ ଜାରି ରହିଛି । ଓପନର ରରି ବର୍ଣ୍ଣସଙ୍କ ଉପଯୋଗୀ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦ୍ବିତୀୟ ଇଂନିସ ସୁଦ୍ଧା 131 ରନରେ 4ଟି ୱିକେଟ ହରାଇ ସଂଘର୍ଷ କରୁଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ 3ୟ ତଥା ନିର୍ଣ୍ଣାୟକ ଟେଷ୍ଟର ଖେଳ ଜାରି ରହିଛି । ଓପନର ରରି ବର୍ଣ୍ଣସଙ୍କ ଉପଯୋଗୀ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଦ୍ବିତୀୟ ଇଂନିସ ସୁଦ୍ଧା 131 ରନରେ 4ଟି ୱିକେଟ ହରାଇ ସଂଘର୍ଷ କରୁଛି ।

ଇଣ୍ଡିଜ ଫାଷ୍ଟ ବୋଲର କେମାର ରୋଚ 2ଟି ୱିକେଟ ଅକ୍ତିଆର କରିଛନ୍ତି । ଗତ ମ୍ୟାଚର ହିରୋ ବେନ ଷ୍ଟୋକ୍ସ 20 ରନ କରି ଶୀଘ୍ର ଆଉଟ ହୋଇଛନ୍ତି । ଚା ପାନ ବିରତି ସୁଦ୍ଧା ଇଂଲଣ୍ଡର ସ୍କୋର 131/4 ରହିଛି । ଓଲି ପୋପ 24 ଓ ଜସ ବଟଲର 2 ରନ ସହ ଅପରାଜିତ ଅଛନ୍ତି ।

ପ୍ରଥମ ସେସନର ଶେଷ ଭାଗରେ କ୍ୟାପଟେନ ଷ୍ଟୋକ୍ସଙ୍କୁ ହରାଇବା ପରେ ଇଂଲଣ୍ଡ ସଂକଟରେ ପଡିଥିଲା । 2ୟ ସେସନରେ ଷ୍ଟୋକ୍ସ ଓ ଓପନର ରରି ବର୍ଣ୍ଣସ ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ 45 ରନର ପାର୍ଟନରସିପ ହୋଇଥିଲା ।

ତେବେ ପରେ ରରି ବର୍ଣ୍ଣସ 147 ବଲରୁ 57 ରନ କରି ପ୍ୟାଭିଲିୟନ ଫେରିଥିଲେ । ଓଲି ପୋପ ଓ ଜସ ବଟଲର ଇଂଲଣ୍ଡ ପକ୍ଷରୁ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.