ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡ ବିଜୟୀ, ସିରିଜ 1-1ରେ ବରାବର

author img

By

Published : Jul 21, 2020, 12:39 AM IST

ENG VS WI, 2nd Test: Dominant England crush West indies by 113 runs, level series 1-1
ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡ ବିଜୟୀ, ସିରିଜ 1-1ରେ ବରାବର

ଶେଷ ଦିନର ରୋମାଞ୍ଚକର ଲଢେଇରେ ବାଜି ମାରିଲା ଇଂଲଣ୍ଡ । ଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ 114ରେ ଜିତିନେଇଛି ଘରୋଇ ଦଳ । ଫଳରେ 1-1ରେ ସିରିଜ ବରାବର ହୋଇଛି ।

ମାଞ୍ଚେଷ୍ଟର: ଶେଷ ଦିନର ରୋମାଞ୍ଚକର ଲଢେଇରେ ବାଜି ମାରିଲା ଇଂଲଣ୍ଡ । ଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟକୁ 114ରେ ଜିତିନେଇଛି ଘରୋଇ ଦଳ । ଫଳରେ 1-1ରେ ସିରିଜ ବରାବର ହୋଇଛି ।

ଶେଷ ଦିନରେ ୱେଷ୍ଟଇଣ୍ଡିଜ ସାମ୍ନାରେ 312 ରନର ବିଜୟ ଲକ୍ଷ୍ୟ ରହିଥିଲା । ଅନ୍ୟପଟେ ୱେଷ୍ଟଇଣ୍ଡିଜର ସମସ୍ତ ୱିକେଟ ଦଖଲ କରି ସରିଜ ବରାବର ଲକ୍ଷ୍ୟରେ ଥିଲା ଇଂଲଣ୍ଡ । ତେବେ ପରାଜୟ ଏଡାଇବାକୁ ସମସ୍ତ ପ୍ରୟାୟ ସତ୍ତ୍ବେ ଇଣ୍ଡିଜ ବିପକ୍ଷ ହୋଇଥିଲା ।

ପ୍ରଥମ ଇଂନିସ ଭଳି ଦ୍ବିତୀୟ ଇଂନିସରେ ପୁଣି ଦମନ ଦେଖାଇଥିଲେ ଇଂଲିସ ବୋଲର । ଭେଟେରାନ ଷ୍ଟୁଆର୍ଟ ବ୍ରଡ 3 କ୍ରିସ ୱର୍କ୍ସ 2, ଡୋମନିକ ବେସ 2, ବେନ ଷ୍ଟୋକ୍ସ 2 ଓ ସାମ କରନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୱେଷ୍ଟଇଣ୍ଡିଜ 198 ରନରେ ସମସ୍ତ ୱିକେଟ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.