ETV Bharat / sports

ଇଂଲଣ୍ଡ-ଇଣ୍ଡିଜ 2ୟ ଟେଷ୍ଟ 3ୟ ଦିନ: ମାଞ୍ଚେଷ୍ଟରରେ ବର୍ଷା, ଆରମ୍ଭରେ ବିଳମ୍ବ

author img

By

Published : Jul 18, 2020, 6:14 PM IST

Eng Vs Wi 2nd Test, Day-3: Rain delays start of play
ଇଂଲଣ୍ଡ-ଇଣ୍ଡିଜ 2ୟ ଟେଷ୍ଟ, 3ୟ ଦିନ: ମାଞ୍ଚେଷ୍ଟରରେ ବର୍ଷା, ଆରମ୍ଭରେ ବିଳମ୍ବ

ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 2ୟ ଟେଷ୍ଟର ଶନିବାର 3ୟ ଦିନ । ତେବେ ମାଞ୍ଚେଷ୍ଟରରେ ବର୍ଷା ଯୋଗୁଁ 3ୟ ଦିନ ଖେଳ ଆରମ୍ଭରେ ବିଳମ୍ବ ହୋଇଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 2ୟ ଟେଷ୍ଟର ଆଜି (ଶନିବାର) 3ୟ ଦିନ । ତେବେ ମାଞ୍ଚେଷ୍ଟରରେ ବର୍ଷା ଯୋଗୁଁ 3ୟ ଦିନ ଖେଳ ଆରମ୍ଭରେ ବିଳମ୍ବ ହୋଇଛି ।

Eng Vs Wi 2nd Test, Day-3: Rain delays start of play
ଇଂଲଣ୍ଡ-ଇଣ୍ଡିଜ 2ୟ ଟେଷ୍ଟ, 3ୟ ଦିନ: ମାଞ୍ଚେଷ୍ଟରରେ ବର୍ଷା, ଆରମ୍ଭରେ ବିଳମ୍ବ

ଦ୍ବିତୀୟ ଦିନରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ 176 ଓ ଡୋମିନିକ ସିବଲେଙ୍କ 120 ରନର ମାରାଥାନ ଇଂନିସ ସହାୟତାରେ ଇଂଲଣ୍ଡ 469 ରନରେ ପ୍ରଥମ ଇଂନିସ ଘୋଷଣା କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ସ୍ପିନର ରୋଷ୍ଟନ ଚେଜ 5ଟି ୱିକେଟ ଅକ୍ତିଆର କରିଥିଲେ । କେମାର ରୋଚ 2ଟି, ଆଲଜେରୀ ଜୋସେଫ ଗୋଟିଏ ଓ କ୍ୟାପଟେନ ହୋଲ୍ଡର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ଏହାପରେ ୱେଷ୍ଟଇଣ୍ଡିଜ ପ୍ରଥମ ଇଂନିସ ବ୍ୟାଟିଂ ଆରମ୍ଭ କରି ଓପନର କାମ୍ପବେଲଙ୍କ ୱିକେଟ ଶୀଘ୍ର ହରାଇଥିଲା । ନାଇଟ ୱାଚମ୍ୟାନ ଭାବେ ଆଲଜେରୀ ଜୋସେଫ (14), କ୍ରେଗ ବ୍ରେଥୱେଟ(6)ଙ୍କ ସହ ଅପରାଜିତ ଅଛନ୍ତି । ଇଂଲଣ୍ଡ ପକ୍ଷରୁ ପ୍ରଥମ ସଫଳତା ସାମ କରନଙ୍କୁ ମିଳିଛି । 3ୟ ଦିନରେ ଇଣ୍ଡିଜ ଅସମାପ୍ତ ସ୍କୋର 32/1ରୁ ଖେଳ ଆରମ୍ଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.