ETV Bharat / sports

ଇଂଲଣ୍ଡ ବନାମ ପାକିସ୍ତାନ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ପାକିସ୍ତାନ ସ୍କୋର 126/5

author img

By

Published : Aug 14, 2020, 9:52 AM IST

Updated : Aug 14, 2020, 10:44 AM IST

engvspak
engvspak

ପାକିସ୍ତାନ ବନାମ ଇଂଲଣ୍ଡ । 2ୟ ଟେଷ୍ଟମ୍ୟାଚର ପ୍ରଥମ ଦିନ ଖେଳ ସୁଦ୍ଧା 5 ଓ୍ବିକେଟ ହରାଇ 126ରନ ସଂଗ୍ରହ କରିଛି ପାକିସ୍ତାନ ।

ସାଉଥାମ୍ପଟନ: ଗୁରୁବାରଠାରୁ ଘରୋଇ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଛି 2ୟ ଟେଷ୍ଟ ମ୍ୟାଚ । ତେବେ ପ୍ରଥମ ଦିନରେ ବର୍ଷା ସାଜିଥିଲା ବାଧକ । ଏଥିଲାଗି ମାତ୍ର 45.5ଓଭର ମ୍ୟାଚ ଖେଳାଯାଇଛି । ପ୍ରଥମେ ଟସ ଜିତି ବ୍ୟାଟିଂ କରୁଥିବା ଭ୍ରମଣକାରୀ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 5ଓ୍ବିକେଟ ହରାଇ 126ରନ ସଂଗ୍ରହ କରିଛି ।

cricket
ଆବିଦ ଅଲ୍ଲୀ

ବାରମ୍ବାର ବର୍ଷା ହେବା କାରଣରୁ ସମୟ ପୂର୍ବରୁ ଅମ୍ପାୟର ଖେଳକୁ ବନ୍ଦ କରିଦେଇଥିଲେ । ତେବେ ପାକିସ୍ତାନ ଦଳ ପକ୍ଷରୁ ବାବର ଆଜମ 25 ଓ ମହମ୍ମଦ ରିଜଓ୍ବାନ 4ରନ କରି କ୍ରିଜରେ ରହିଛନ୍ତି । ପ୍ରଥମ ଦିନର ଖେଳରେ ଦଳ ପକ୍ଷରୁ ସର୍ବାଧିକ ଆବିଦ ଅଲ୍ଲୀ 60ରନ(111ବଲ) କରିଥିବାବେଳେ ଅଧିନାୟକ ଆଝାର ଅଲ୍ଲୀ 20ରନ, ସାନ ମାସୁଦ 1ରନ ଓ ଆସାଦ ସଫିକ୍ ମାତ୍ର 5ରନ କରିଛନ୍ତି । ଅନ୍ଯପଟେ ଦୀର୍ଘଦିନ ପରେ ଟେଷ୍ଟ ଟିମକୁ ଫେରିଥିବା ଫଓ୍ବାଦ ଆଲମ ବିନାଖାତା ଖୋଲି ପାଭିଲିୟନରୁ ଫେରି ଯାଇଥିଲେ ।

cricket
ଇଂଲଣ୍ଡ ବନାମ ପାକିସ୍ତାନ

ଅନ୍ୟପଟେ ବିପକ୍ଷ ଦଳ ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ 2ଟିଓ୍ବିକେଟ ଅକ୍ରିଆର କରିଥିବାବେଳେ ସାମ କୁରେନ, ଷ୍ଟୁଆର୍ଟ ବ୍ରର୍ଡ ଓ କ୍ରିସ ଓ୍ବର୍କ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

Last Updated :Aug 14, 2020, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.