ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ସଙ୍କଟରେ ଇଂଲଣ୍ଡ, ପାକିସ୍ତାନ ପଲ୍ଲା ଭାରୀ

author img

By

Published : Aug 7, 2020, 10:16 PM IST

ENG VS PAK 1st Test, Day 3: England in trouble as Pakistan take lead of 127 runs by Tea
ମାଞ୍ଚେଷ୍ଟର ଟେଷ୍ଟ: ସଙ୍କଟରେ ଇଂଲଣ୍ଡ, ପାକିସ୍ତାନର ପଲ୍ଲା ଭାରୀ

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 3ୟ ଦିନରେ ସଙ୍କଟରେ ପଡିଛି ଘରୋଇ ଇଂଲଣ୍ଡ । ଚା ପାନ ବିରତି ସୁଦ୍ଧା ପାକିସ୍ତାନ 127 ରନରେ ଅଗ୍ରଣୀ ରହିଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 3ୟ ଦିନରେ ସଙ୍କଟରେ ପଡିଛି ଘରୋଇ ଇଂଲଣ୍ଡ । ପାକ୍ ବୋଲରଙ୍କ ଘାତକ ବୋଲି ସାମ୍ନାରେ ଓଲି ପୋପଙ୍କ ବ୍ୟତୀତ ଘରୋଇ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଫେଲ୍ ମାରିଛନ୍ତି । ପୋପ ସର୍ବାଧିକ 62 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର 38 ରନ ସହ କିଛି ସମୟ ମୁକାବିଲା କରିଥିଲେ । ଫଳରେ 219 ରନରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇଥିଲା । ପ୍ରଥମ ଇଂନିସରେ ପାକିସ୍ତାନକୁ117 ରନର ଅଗ୍ରଣୀ ମିଳିଥିଲା ।

ପାକିସ୍ତାନ ପକ୍ଷରୁ ୟାସିର ସାହ ସର୍ବାଧିକ 4ଟି ୱିକେଟ ହାସଲ କରିଥିଲେ । ମହମ୍ମଦ ଆବାସ ଓ ସଦାବ ଖାନ 2ଟି ଳେଖାଏଁ ୱିକେଟ ହାସଲ କରିଥିଲେ । ସାହୀନ ଆଫ୍ରିଦୀ ଓ ନସୀମ ସାହଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ପରେ ପାକିସ୍ତାନର ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରହିଛି । ଚା ପାନ ବିରତି ସୁଦ୍ଧା ପାକିସ୍ତାନ 127 ରନରେ ଅଗ୍ରଣୀ ରହିଛି । ମ୍ୟାଚର ଆଉ ଦୁଇଦିନ ବାକି ଥିବାବେଳେ, ତୃତୀୟ ଦିନରେ ପାକିସ୍ତାନର ପଲ୍ଲା ଭାରୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.