ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ : 3ୟ ଦିନ ସୁଦ୍ଧା ଦୃଢ ସ୍ଥିତିରେ ଇଂଲଣ୍ଡ

author img

By

Published : Jul 27, 2020, 4:03 AM IST

Eng v WI 3rd Test, Day 3: Burns, Sibley help hosts consolidate lead (Tea)
ମାଞ୍ଚେଷ୍ଟର ଟେଷ୍ଟ : 3ୟ ଦିନ ସୁଦ୍ଧା ଦୃଢ ସ୍ଥିତିରେ ଇଂଲଣ୍ଡ

ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡର 2ୟ ଇଂନିସ ଜାରି 226/02ରେ ଇନିଂଶ ଅଗ୍ରଣୀ ଭିତ୍ତିରେ ପାଳିଘୋଷଣା । ୱେଷ୍ଟଇଣ୍ଡିଜକୁ ସମ୍ମୁଖରେ 399 ରନର ଏକ ବୃହତ ବିଜୟ ଲକ୍ଷ୍ୟ ଦେଇଛି ।

ମାଞ୍ଚେଷ୍ଟର: ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡର 2ୟ ଇଂନିସ 226/02ରେ ପାଳି ଘୋଷଣା । ଇଂଲଣ୍ଡ ପ୍ରଥମ ଇଂନିସରେ 172 ରନର ଅଗ୍ରଣୀ ବଳରେ ୱେଷ୍ଟଇଣ୍ଡିଜକୁ ସମ୍ମୁଖରେ 399 ରନର ଏକ ବୃହତ ବିଜୟ ଲକ୍ଷ୍ୟ ଦେଇଛି ।

ମାଞ୍ଚେଷ୍ଟର ଓଲ୍ଟଟ୍ରାଫଡରେ ଖେଳାଯାଉଥିବା ଇଂଲଣ୍ଡ ୱେଷ୍ଟଇଣ୍ଟଜର ତୃତୀୟ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଇଂଲଣ୍ଡ ପ୍ରଥମ ଇନିଂଶରେ 369 ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଷ୍ଟୁଆର୍ଟ ବ୍ରଡଙ୍କ 6 ୱିକେଟ ଦଖଲ ବଳରେ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ 197 ରନରେ ନିଜର ପ୍ରଥମ ଇନିଂଶ ଶେଷ କରିଥିଲା । ଇଂଲଣ୍ଡ ପ୍ରଥମ ଇଂନିସରେ 172 ରନର ଅଗ୍ରଣୀ ଲାଭ କରିଥିଲା । ଏହା ପରେ ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଓପନର ରୋରି ବର୍ଣ୍ଣସ 90 ଓ ଡୋମ ସିବଲେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ 56 ଓ ଅଧିନାୟକ ଜୋ ରୁଟଙ୍କ 68 ଅର୍ଧଶତକୀୟ ଇନିଂସ ବଳରେ 399 ରନର ଏକ ବଡ ବିଜୟ ଲକ୍ଷ୍ୟ ଦେଇଛି ।

ତୃତୀୟ ଦିନ ଖେଳ ଶେଷ ବେଳକୁ ୱେଷ୍ଟଇଣ୍ଡିଜ ଓପନର ଜନ କ୍ୟାମ୍ଫବେଲ ଓ ନାଇଟ ୱାଚମ୍ୟାନ କେମର ରୋଚଙ୍କ ୱିକେଟ ହରାଇ 10 ରନ କରିଛି । ଉଭୟଙ୍କ ୱିକେଟ ଷ୍ଟୁଆର୍ଟ ବ୍ରଡ ନେଇଛନ୍ତି । ମ୍ୟାଚରେ ଚତୁର୍ଥ ଦିନରେ ୱେଷ୍ଟଇଣ୍ଡିଜର ବ୍ୟାଟିଂ ଉପରେ ନିର୍ଭର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.