ETV Bharat / sports

ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡକୁ ଜିତାଇଲେ ବଟଲର-ୱର୍କ୍ସ

author img

By

Published : Aug 9, 2020, 4:37 PM IST

Eng v Pak: Woakes, Buttler shine as England win series opener
ମାଞ୍ଚେଷ୍ଟର ଟେଷ୍ଟ: ଇଂଲଣ୍ଡକୁ ଜିତାଇଲେ ବଟଲର-ୱର୍କ୍ସ

ଲରାଉଣ୍ଡର କ୍ରିସ ୱର୍କ୍ସ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର 139 ରନର ମ୍ୟାଚ ବିଜୟୀ ପାର୍ଟନରସିପ ବଳରେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଇଂଲଣ୍ଡ ।

ମାଞ୍ଚେଷ୍ଟର: ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଇଂଲଣ୍ଡ । ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ପରାଜୟକୁ ବିଜୟରେ ବଦାଳାଇ ଦେଇଛନ୍ତି ଅଲରାଉଣ୍ଡର କ୍ରିସ ୱର୍କ୍ସ ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲର ।

277 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଏକଦା 117 ରନରେ ଶୀର୍ଷ 5 ୱିକେଟ ହରାଇ ସଙ୍କଟରେ ପଡିଥିଲା । ଏହାପରେ ବଟଲରଙ୍କ ସହ ମିଶି ୱର୍କ୍ସ 139 ରନର ମ୍ୟାଚ ବିଜୟୀ ପାର୍ଟନରସିପ କରିଥିଲେ । ଫଳରେ ମ୍ୟାଚର 4ର୍ଥ ଦିନରେ ହିଁ 3 ୱିକେଟରେ ବିଜୟୀ ହୋଇଥିଲା ଇଂଲଣ୍ଡ । ଫଳରେ 3 ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ 1-0ରେ ଆଗୁଆ ରହିଛି । ଅପରାଜିତ ବିଜୟୀ ଇଂନିସ ପାଇଁ କ୍ରିସ ୱର୍କ୍ସ ପ୍ଲେଆର ଅଫ ଦ ମ୍ୟାଚ ହୋଇଥିଲେ ।

ଇଂଲଣ୍ଡ ବିଜୟ ଲକ୍ଷ୍ୟ ଠାରୁ ଅଳ୍ପ ରନ ବାକିଥିବାବେଳେ, ବଟଲର 75 ରନର ଦମଦାର ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ମାତ୍ର ୱର୍କ୍ସ ଅପରାଜିତ 85 ରନର ଇଂନିସ ସହ ବିଜୟୀ ସଟ ଖେଳିଥିଲେ ।

ପାକିସ୍ତାନ ପକ୍ଷରୁ ସ୍ପିନର ୟାସିର ସାହ ସର୍ବାଧିକ 4ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ଆବାସ, ସାହିନ ଆଫ୍ରିଦୀ ଓ ନସୀମ ସାହଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ପୂର୍ବରୁ ପ୍ରଥମ ଇଂନିସରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ସାନ ମାସୁଦଙ୍କ 156, ବାବାର ଆଜମ 69 ଓ ସଦାବ ଖାନଙ୍କ 45 ରନ ବଳରେ 326 ରନ କରିଥିଲା । ଜବାବରେ ଘରୋଇ ଇଂଲଣ୍ଡ 219 ରନ କରିପାରିଥିଲା । ତେବେ ଦ୍ବିତୀୟ ଇଂନିସରେ ଇଂଲଣ୍ଡ ବୋଲର ଘାତକ ବୋାଲିଂ କରିବା ସହ ପାକିସ୍ତାନକୁ ମାତ୍ର 169 ରନରେ ଅଟକାଇଥିଲେ । ଫଳରେ ଇଂଲଣ୍ଡ ସାମ୍ନାରେ 277 ରନର ବିଜୟ ଲକ୍ଷ୍ୟ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.