ETV Bharat / sports

ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇସିବିର ସୂଚୀ ଘୋଷଣା

author img

By

Published : Jul 7, 2020, 4:28 PM IST

ECB announces schedule for Ireland, Pakistan series
ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଇସିବିର ସୂଚୀ ଘୋଷଣା

ପାକିସ୍ତାନ ଓ ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସୂଚୀ ଘୋଷଣା ହୋଇଛି ।

ଲଣ୍ଡନ: ପାକିସ୍ତାନ ଓ ଆୟରଲାଣ୍ଡ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ ସୂଚୀ ଘୋଷଣା ହୋଇଛି । ଆୟରଲାଣ୍ଡ ଟିମ ବିପକ୍ଷରେ ଇଂଲଣ୍ଡ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ସିରିଜର ପ୍ରଥମ ମ୍ୟାଚ ଜୁଲାଇ 30ରେ ଖେଳାଯିବ । ଜୁଲାଇ 18ରେ ଇଂଲଣ୍ଡରେ ପହଞ୍ଚିବ ଆୟରଲାଣ୍ଡ ଟିମ । ସିରିଜର ସମସ୍ତ ମ୍ୟାଚ ଖାଲି ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ।

ଏହାପରେ ଅଗଷ୍ଟରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମେ 3ଟିକିଆ ଟେଷ୍ଟ ସିରିଜ ଓ ପରେ ଟି-20 ସିରିଜ ଖେଳାଯିବ । ଜୁନ 28ରେ ପାକିସ୍ତାନ ଟିମ ଇଂଲଣ୍ଡରେ ପହଞ୍ଚି 14ଦିନିଆ କ୍ବାରେଣ୍ଟିନରେ ରହିଛନ୍ତି ।

ପ୍ରଥମ ଟେଷ୍ଟ ଓର୍ଲ୍ଡ ଟ୍ରାଫର୍ଡରେ ଅଗଷ୍ଟ 5ରେ ଖେଳାଯିବ। 2ୟ ଓ 3ୟ ଟେଷ୍ଟ ଅଗଷ୍ଟ 13 ଓ ଅଗଷ୍ଟ 21ରେ ଖେଳାଯିବ । ପରେ ଅଗଷ୍ଟ 28, 30 ଓ ସେପ୍ଟେମ୍ବରରେ 3ଟି ଟି-20 ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.