ETV Bharat / sports

'ରୋହିତ କେକେଆର ବିପକ୍ଷରେ ଶତକ ମାରିବନି'

author img

By

Published : Feb 14, 2021, 8:24 AM IST

'ରୋହିତ କେକେଆର ବିପକ୍ଷରେ ଶତକ ମାରିବନି'
'ରୋହିତ କେକେଆର ବିପକ୍ଷରେ ଶତକ ମାରିବନି'

ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 2ୟ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି । ତେବେ ତାଙ୍କର ଦମ୍‌ଦାର ପାଳି ପାଇଁ କେବଳ ତାଙ୍କର ଫ୍ୟାନ୍ସ ନୁହେଁ ସାଥୀ ଖେଳାଳିମାନେ ବି ତାଙ୍କର ପ୍ରଶଂସା କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର 2ୟ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି । ଚଳିତ ବର୍ଷ ଭାରତୀୟ କ୍ରିକେଟରଙ୍କ ଦ୍ବାରା ଏହା ପ୍ରଥମ ଶତକୀୟ ଇଂନିସ । ତେବେ ତାଙ୍କର ଦମ୍‌ଦାର ପାଳି ପାଇଁ କେବଳ ତାଙ୍କର ଫ୍ୟାନ୍ସ ନୁହେଁ ସାଥୀ ଖେଳାଳିମାନେ ବି ତାଙ୍କର ପ୍ରଶଂସା କରିଛନ୍ତି ।

ହିଟମ୍ୟାନଙ୍କ ଶତକୀୟ ପାଳିକୁ ନେଇ କେକେଆର ଓ୍ବିକେଟକିପର-ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଏକ ଖାସ୍‌ ଟ୍ବିଟ କରିଛନ୍ତି । ସେ କହିଛନ୍ତି ଯେ, 2021ରେ ଭାରତୀୟଙ୍କ ଦ୍ବାରା ପ୍ରଥମ ଶତକ । ଶତକୀୟ ପାଳି ଖେଳୁଥାଅ ଓ ଆଗକୁ ବଢି ଚାଲ । କିନ୍ତୁ କେକେଆର ବିପକ୍ଷରେ ନୁହେଁ ।

ରୋହିତ ଶର୍ମା ଚେନ୍ନାଇ 2ୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ 231ବଲ୍‌ରେ 161ରନ୍‌ କରିଛନ୍ତି । ଏଥିରେ 18ଟି ଚୌକା ଓ 2ଟି ଛକା ସାମିଲ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.