ETV Bharat / sports

ଅଗଷ୍ଟରୁ ଆରମ୍ଭ ହୋଇପାରେ କାଉଣ୍ଟି ଚମ୍ପିଆନସିପ

author img

By

Published : May 28, 2020, 12:11 PM IST

County Championship likely to start from August 5
ଅଗଷ୍ଟରୁ ଆରମ୍ଭ ହୋଇପାରେ କାଉଣ୍ଟି ଚମ୍ପିଆନସିପ

ଅଗଷ୍ଟ 5ରୁ ଇଂଲଣ୍ଡରେ ଆରମ୍ଭ ହୋଇପାରେ କାଉଣ୍ଟି ଚମ୍ପିଆନସିପ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ECB) ଏନେଇ ସମସ୍ତ ପ୍ରସ୍ତୁତି ଚଳାଇଥିବା ଜଣପଡିଛି ।

ଲଣ୍ଡନ: ଇଂଲଣ୍ଡରେ କ୍ରିକେଟ ଆରମ୍ଭ ନେଇ ଚାଲିଛି ଜୋରଦାର ପ୍ରୟାସ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ECB) ଅଗଷ୍ଟ 5ରୁ କାଉଣ୍ଟି ଚମ୍ପିଆନସିପ ଆରମ୍ଭ ନେଇ ପ୍ରସ୍ତୁତି କରୁଥିବା ଜଣାପଡିଛି ।

ଏହି ଚମ୍ପିଆନସିପ ଅଗଷ୍ଟ 5ରୁ ଆରମ୍ଭ ହୋଇ ଫାଇନାଲ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବା ନେଇ ମଧ୍ୟ ଲକ୍ଷ୍ୟ ରହିଛି । ଟିମ ଗୁଡିକୁ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଭାବେ 3ଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତ୍ୟେକ ଟିମ 5ଟି ଲେଖାଏଁ ମ୍ୟାଚ ଖେଳିବେ । ସର୍ବାଧିକ ପଏଣ୍ଟ ହାସଲକାରୀ ଟିମ ଫାଇନାଲକୁ ଉତ୍ତୀର୍ଣ୍ଣ ହେବ ।

ତେବେ କୋରୋନା ଭାଇରସ ସଂକ୍ରମଣ ଭୟ କାରଣରୁ ଇଂଲିସ କ୍ରିକେଟ କ୍ଳବ, ପୂର୍ବରୁ ଏକାଧିକ ବିଦେଶୀ ଖେଳାଳିଙ୍କୁ ଚୁକ୍ତି ବାତିଲ କରିଛି । ଜୁଲାଇ 1ପର୍ଯ୍ୟନ୍ତ ଇଂଲଣ୍ଡରେ କୌଣସି ପ୍ରକାର କ୍ରିକେଟ ମ୍ୟାଚକୁ ସ୍ଥଗିତ ଘୋଷଣା କରିଥିଲା ଇଂଲଣ୍ଡ କ୍ରିକେଟ ବୋର୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.