ETV Bharat / sports

ଲଢେଇ ଶେଷ ପୂର୍ବରୁ ହାର୍‌ ମାନିଯିବା ଗ୍ରହଣୀୟ ନୁହେଁ: କୋହଲି

author img

By

Published : Feb 9, 2021, 7:35 PM IST

Body language and intensity was not up to mark, no excuses: Kohli
ଲଢେଇ ଶେଷ ପୂର୍ବରୁ ହାର୍‌ ମାନିଯିବା ଗ୍ରହଣୀୟ ନୁହେଁ: କୋହଲି

420 ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଇଣ୍ଡିଆ ମାତ୍ର 192 ରନରେ ହିଁ ସୀମିତ ରହିଥିଲା । କୋହଲି 72 ଓ ଶୁଭମନ ଗିଲ୍‌ 50 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିବାକୁ ସକ୍ଷମ ହୋଇଥିଲେ । ଅଧିକ ପଢନ୍ତୁ...

ଚେନ୍ନାଇ: ଭାରତୀୟ ଖେଳାଳିଙ୍କ ମନୋବଳ ଓ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କ୍ୟାପଟେନ ବିରାଟ କୋହଲି । ଏକାଧିକ ତ୍ରୁଟି ସ୍ବୀକାର କରିବା ସହ ମ୍ୟାଚ ପରବର୍ତ୍ତୀ ପ୍ରତିକ୍ରିୟାରେ କୋହଲି କହିଛନ୍ତି, ଇଂଲଣ୍ଡ ଅଧିକ ପେଷାଦାର ଓ ପ୍ରଦର୍ଶନରେ ନିରନ୍ତରତା ଦେଖାଇଛି । ଫଳରେ 227 ରନର ବଡ ପରାଜୟର ସାମ୍ନା କରିଛି ଘରୋଇ ଦଳ ।

Body language and intensity was not up to mark, no excuses: Kohli
ବିରାଟ କୋହଲି

420 ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଇଣ୍ଡିଆ ମାତ୍ର 192 ରନରେ ହିଁ ସୀମିତ ରହିଥିଲା । କୋହଲି 72 ଓ ଶୁଭମନ ଗିଲ୍‌ 50 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିବାକୁ ସକ୍ଷମ ହୋଇଥିଲେ । ମାତ୍ର ଏହା ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସାଥ୍‌ ମିଳିନଥିଲା ।

ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିବାରେ ପ୍ରଥମ ଇଂନିସରେ ବିଫଳ ହେଲା ଦଳ ଓ ଅନାବଶ୍ୟକ ରନ ବ୍ୟୟ କରିଥିଲା । ଏହା ପ୍ରତିପକ୍ଷ ଦଳକୁ ଫାଇଦାମାନ ସାବ୍ୟସ୍ତ ହେଲା ବୋଲି କହିଛନ୍ତି କୋହଲି ।

ତେବେ ଦଳରେ ଚତୁର୍ଥ ଓ ପଞ୍ଚମ ବୋଲର ଭାବେ ସାହାବାଜ ନଦୀମ ଓ ୱାସିଟନ ସୁନ୍ଦରଙ୍କୁ ନେଇ ମଧ୍ୟ ପ୍ରଶ୍ନର ସାମ୍ନା କରିଥିଲେ କୋହଲି । ତେବେ ଯାହା ରଣନୀତି ଥିଲା ତାହା ହାସଲ କରିବାରେ ବିଫଳ ହେଲା ମାତ୍ର ଏହା ଗ୍ରହଣୀୟ । ତେବେ ମନୋବଳ କମ କରିବା ଉଚିତ ନୁହେଁ ବୋଲି କହିଛନ୍ତି ବିରାଟ ।

ୱାଶିଂଟନ ସୁନ୍ଦର ପ୍ରଥମ ଇଂନିସରେ କୌଣସି ୱିକେଟ ହାସଲ ନକରି 98 ରନ ବ୍ୟୟ କରିଥିଲେ, ପରେ ଦ୍ବିତୀୟ ଇଂନିସରେ ମାତ୍ର ଗୋଟିଏ ଓଭର ବୋଲିଂ ମିଳିଥିଲା । ଅନ୍ୟପଟେ ନଦୀମ ପ୍ରଥମ ଇଂନିସରେ 2ଟି ୱିକେଟ ସହ 167 ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ତେବେ ଦ୍ବିତୀୟ ଇଂନିସରେ ନଦୀମ 66 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.