ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: 5 ହଜାର ରନ୍‌ କ୍ଲବରେ ସାମିଲ ଫିଞ୍ଚ

author img

By

Published : Nov 27, 2020, 2:53 PM IST

ଭାରତ ବନାମ ଅଷ୍ଟ୍ରେଲିଆ: 5000ରନ୍‌ କ୍ଲବରେ ସାମିଲ ହେଲେ  ଫିଞ୍ଚ
ଭାରତ ବନାମ ଅଷ୍ଟ୍ରେଲିଆ: 5000ରନ୍‌ କ୍ଲବରେ ସାମିଲ ହେଲେ ଫିଞ୍ଚ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ଦିନିକିଆ ସିରିଜର ପ୍ରଥମ ମୁକାବିଲା । ତେବେ କ୍ୟାପଟେନ ଫିଞ୍ଚ 17 ରନ୍‌ ସଂଗ୍ରହ କରିବା କ୍ଷଣି 5000 ଦିନିକିଆ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି ।

ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଯାଇଛି ଦିନିକିଆ ସିରିଜର ପ୍ରଥମ ମୁକାବିଲା । ତେବେ ଟସ୍‌ ଜିତି କ୍ୟାପଟେନ ଆରୋନ ଫିଞ୍ଚ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଓପୋନିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ଡେଭିଡ ୱାର୍ଣ୍ଣର ଓ ଫିଞ୍ଚ । ଉଭୟ 156ରନ୍‌ର ପାର୍ଟନରସିପ ଇଂନିସ ଖେଳିଥିଲେ । କ୍ୟାପଟେନ ଫିଞ୍ଚ ଶତକୀୟ ଇଂନିସ ଖେଳିବା ସହ 5000ରନ୍‌ ହାସଲ କରିଛନ୍ତି ।

ତେବେ ସେ 17ରନ୍‌ ସଂଗ୍ରହ କରିବା କ୍ଷଣି 5000ଦିନିକିଆ ରନ୍‌ କ୍ଲବରେ ସାମିଲ ହୋଇଛନ୍ତି । ତେବେ ଦ୍ରୁତତମ 5000ରନ୍‌ ହାସଲ କରିଥିବା 2ୟ ଅଷ୍ଟ୍ରେଲିଆ ଖେଳାଳି ପାଲଟି ଯାଇଛନ୍ତି । ସେ ଏହି ରେକର୍ଡଜ 126 ଇଂନିସରେ ହାସଲ କରିଛନ୍ତି । ଅଷ୍ଟ୍ରେଲିଆର ପ୍ରଥମ ଖେଳାଳି ଭାବେ ତାଙ୍କ ଓପନର ଯୋଡି ଡେଭିଡ ୱାର୍ଣ୍ଣରଙ୍କ ନାଁରେ ରହିଛି । ସେ 115ଇଂନିସରେ ଏହି ରେକର୍ଡ ହାସଲ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.