ହାଇଦ୍ରାବାଦ: ଆସନ୍ତା ବର୍ଷ ଭାରତ ଆସୁଛି ଅଷ୍ଟ୍ରେଲିଆ । ଜାନୁଆରୀ 14ରୁ ଖେଳିବ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ଏଥିପାଇଁ 14 ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।
ମୁଖ୍ୟ କୋଚ ଜଷ୍ଟିନ ଲାଙ୍ଗରଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ତାଙ୍କ ବଦଳରେ ଦଳ ସହ ଆସିବେ ଆଣ୍ଡ୍ରୁ ମ୍ୟାଚ ଡୋନାଲ୍ଡ । ତେବେ ଏହି ଗସ୍ତ ସହ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି-20 ବିଶ୍ବକପ ପ୍ରସ୍ତୁତି କରିବ ବୋଲି କହିଛି ଦଳ ।
- ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ସିନା ଆବୋଟ, ଆଷ୍ଟନ ଅଗର, ଆଲକ୍ସ କ୍ୟାରି, ଜୋସ ହାଜେଉଡ, ମାରନୁସ ଲାବୁସଚେଞ୍ଜ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ଣ୍ଣର, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।