ETV Bharat / sports

ଆଇସିସି ନିୟମକୁ ନେଇ ପ୍ରଶ୍ନ ଉଠାଇଲେ କଙ୍ଗାରୁ କ୍ୟାପଟେନ ଫିଞ୍ଚ

author img

By

Published : Nov 3, 2019, 7:49 PM IST

ଆରୋନ ଫିଞ୍ଚ

ବିନା ଫଳାଫଳରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରଥମ ଟି20 ଶେଷ ହେବା ପରେ ଆଇସିସି ନିୟମକୁ ନେଇ ଆପତ୍ତି ଉଠାଇଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ।

ସିଡନି: ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହୋଇଥିବା ପ୍ରଥମ ଟି20 ବର୍ଷା ଯୋଗୁଁ ବାତିଲ ହୋଇଛି । ଆରମ୍ଭରୁ ବର୍ଷା ପାଇଁ ମ୍ୟାଚକୁ 15 ଓଭରକୁ କମାଇ ଦିଆଯାଇଥିଲା । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି 15 ଓଭରରେ 5 ୱିକେଟ ହରାଇ 107 ରନ କରିଥିଲା । ଏହାପରେ 20 ମିନିଟର ଇଂନିସ ବ୍ରେକ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ 108 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ।

ମାତ୍ର ଅଷ୍ଟ୍ରେଲିଆ ଇଂନିସର 4ର୍ଥ ଓଭରରେ ବର୍ଷା ପୁଣି ବାଧକ ସାଜିଥିଲା । ଅଷ୍ଚ୍ରେଲିଆର ସ୍କୋର 41/0 ଥିଲା । ବର୍ଷାଯୋଗୁଁ ମ୍ୟାଚ ସମ୍ଭବ ହୋଇନଥିଲା । ଫଳରେ ମ୍ୟାଚକୁ ବାତିଲ ଘୋଷଣା କରାଯାଇଥିଲା । ତେବେ D/L ନୀୟମ ଅନୁୟାୟୀ ଅଷ୍ଟ୍ରେଲିଆ ଢେର ଆଗରେ ଥିଲା ।

ପରେ ବିନା ଫଳାଫଳରେ ମ୍ୟାଚ ବାତିଲ ହେବାନେଇ ଆଇସିସିର ନୀୟମକୁ ନେଇ ଆପତ୍ତି ଉଠାଇଛନ୍ତି ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ । ପ୍ରଥମ ଇଂନିସ ପରେ 20 ମିନିଟର ବ୍ରେକକୁ କମ କରିଥିଲେ ହୁଏତ ମ୍ୟାଚର ଫଳାଫଳା ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥାନ୍ତା ବୋଲି ଯୁକ୍ତି ବାଢିଛନ୍ତି ଫିଞ୍ଚ । ଏହି ମ୍ୟାଚର ରେଫରି ରହିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଜଗଭଲ ଶ୍ରୀନାଥ । ଆଇସିସିର ନିୟମ 11.4.2 ଅନୁଯାୟୀ 20 ମିନିଟରୁ କମ ଅର୍ଥାତ 10 ମିନିଟରୁ କମ ବ୍ରେକ ହୋଇପାରିବ ନାହିଁ ।

Intro:Body:

BLANK


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.