ETV Bharat / sports

କୋଭିଡ କବଳରେ ଟିମ ଇଣ୍ଡିଆ, ଆଉ ଜଣେ ସଦସ୍ୟ ପଜିଟିଭ ଚିହ୍ନଟ

author img

By

Published : Jul 15, 2021, 6:01 PM IST

ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ପରେ ଇଂଲଣ୍ଡରେ ଟିମର ସପୋର୍ଟ ଷ୍ଟାଫ ଦୟାନନ୍ଦ ଗରନି COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

COVID-19: Team India support staff Dayananda tests positive, Saha to isolate as close contact
କୋଭିଡ କବଳରେ ଟିମ ଇଣ୍ଡିଆ, ଆଉଜଣେ ସଦସ୍ୟ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟ୍‌କା । ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ପରେ ଇଂଲଣ୍ଡରେ ଟିମର ଆଉ ଜଣେ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସପୋର୍ଟ ଷ୍ଟାଫ ଦୟାନନ୍ଦ ଗରନି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ନିୟମ ଅନୁଯାୟୀ ସଂସ୍ପର୍ଶରେ ଆସିଥିବାରୁ ସିନିୟର ଖେଳାଳି ରିଦ୍ଧିମାନ ସାହାଙ୍କୁ ଆଇସୋଲେସନରେ ରଖାଯାଇଛି ।

ପୂର୍ବରୁ ପନ୍ତ କୋଭିଡ ଭୂତାଣୁ ସଂକ୍ରମିତ ହୋଇଥିବାବେଳେ ରବିବାର ଦ୍ବିତୀୟ ଟେଷ୍ଟର ସାମ୍ନା କରିବେ । ରିପୋର୍ଟ ନେଗେଟିଭ ଆସିବା ପରେ ପନ୍ତ କ୍ବାରେଣ୍ଟିନକୁ ବାହାରକୁ ଆସିବା ସହ ଟିମ ସହ ଯୋଗଦେବାକୁ ଅନୁମତି ମିଳିବ ।

ସୂଚନା ଅନୁଯାୟୀ, ସପୋର୍ଟ ଷ୍ଟାଫ ଦୟାନନ୍ଦଙ୍କ ରିପୋର୍ଟ ପଜିଟିଭ ରହିଛି, ମାତ୍ର ସୌଭାଗ୍ୟବଶତଃ ସେ ଟିମର ଅଧିକ ସଦସ୍ୟଙ୍କ ସଂସ୍ପର୍ଶରେ ଆସିନାହାନ୍ତି । ସାହା ସଂସ୍ପର୍ଶରେ ଆସିଥିବାକୁ ତାଙ୍କୁ ଆଇସୋଲେସନରେ ରହିବାକୁ ପଡିଛି । ପନ୍ତ ଓ ଦୟାନନ୍ଦଙ୍କ ରିପୋର୍ଟ ଖୁବଶୀଘ୍ର ନେଗେଟିଭ ଆସିବ ବୋଲି ଆଶା ରହିଛି ।

ପୂର୍ବରୁ 3ଜଣ ଇଂଲଣ୍ଡ ଖେଳାଳି ଓ 4 ଜଣ କୋଚିଂ ଷ୍ଟାଫ୍‌ ସଦସ୍ୟ COVID-19 ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ନୂଆ ସ୍କ୍ବାଡ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ( ECB) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.