ETV Bharat / sports

ଜୁଲାଇ 7ରେ ଦ୍ବିତୀୟ ଡୋଜ ଟିକା ନେବ ଟିମ ଇଣ୍ଡିଆ

author img

By

Published : Jul 6, 2021, 8:52 PM IST

ମଙ୍ଗଳବାର 7ଜଣ ଇଂଲଣ୍ଡ କ୍ରିକେଟ ଟିମର ସଦସ୍ୟ କୋରୋନା ସଂକ୍ରମିତ ହେବା ଟିମଇଣ୍ଡିଆ ପାଇଁ ସତର୍କ ଘଣ୍ଟି ହୋଇଛି । ଅଧିକ ପଢନ୍ତୁ...

COVID-19: Indian cricketers to be administered second dose of vaccine on July 7 and 9
ଜୁଲାଇ 7ରେ ଦ୍ବିତୀୟ ଡୋଜ ଟିକା ନେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ରହିଛି । ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ୟୁକେରେ ଛୁଟି କାଟୁଛନ୍ତି ଖେଳାଳି । ତେବେ ମଙ୍ଗଳବାର 7ଜଣ ଇଂଲଣ୍ଡ କ୍ରିକେଟ ଟିମର ସଦସ୍ୟ କୋରୋନା ସଂକ୍ରମିତ ହେବା ଟିମଇଣ୍ଡିଆ ପାଇଁ ସତର୍କଘଣ୍ଟି ହୋଇଛି । ଫଳରେ ଜୁଲାଇ 7 ଓ 9 ତାରିଖରେ କ୍ରିକେଟରଙ୍କୁ ଦ୍ବିତୀୟ ଡୋଜ କୋଭିଡ-19 ଟିକା ଦିଆଯିବା ନେଇ ସ୍ଥିର ହୋଇଛି ।

WTC ଫାଇନାଲ ମ୍ୟାଚ ଖେଳିବା ପରେ ଭାରତୀୟ କ୍ରିକେଟର ଛୁଟି କାଟୁଛନ୍ତି । ଜୁଲାଇ 14 ସୁଦ୍ଧା ଦୁରହମରେ ପହଞ୍ଚି କ୍ବାରେଣ୍ଟିନରେ ରହିବେ ସମସ୍ତ ଖେଳାଳି । ଜୁଲାଇ 20ରୁ 22 ମଧ୍ୟରେ ଭାରତୀୟ ଖେଳାଳି ୱାର୍ମ-ଅପ ମ୍ୟାଚ ଖେଳିବ । ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ବରେ ପ୍ରଥମ ଟେଷ୍ଟ ଅଗଷ୍ଟ 4ରୁ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.