ETV Bharat / sports

Womens Premier League: ଚର୍ଲେଟ ହେଲେ MI କୋଚ୍, ଝୁଲଣ ବୋଲିଂ କୋଚ୍ ଓ ମେଣ୍ଟର

author img

By

Published : Feb 6, 2023, 7:18 AM IST

ଚର୍ଲେଟ ଏଡୱାର୍ଡସ ଓ ଝୁଲଣ ଗୋସ୍ବାମୀ
ଚର୍ଲେଟ ଏଡୱାର୍ଡସ ଓ ଝୁଲଣ ଗୋସ୍ବାମୀ

ଚର୍ଲେଟ ଏଡୱାର୍ଡସ, ଝୁଲଣ ଗୋସ୍ବାମୀ, ଦେବୀକା ପଲଶିକରଙ୍କୁ ମୁଁ ମୋ ଫ୍ରାଞ୍ଚାଇଜରେ ସାମିଲ କରି ବେଶ୍ ଉତ୍ସାହିତ ଅଛି କହିଲେ ନୀତା ଆମ୍ବାନୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ମହିଳା ପ୍ରିମିୟର ଲିଗରେ ପୂର୍ବତନ ଇଂଲିସ ମହିଳା କ୍ରିକେଟର ଚର୍ଲେଟ ଏଡୱାର୍ଡସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କିମ୍ବଦନ୍ତୀ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କୁ ବୋଲିଂ କୋଚ ଏବଂ ପରାମର୍ଶଦାତା ଭାବରେ ଘୋଷଣା କରିଥିଲା ମୁମ୍ବାଇ । ସେହିପରି ଭାରତର ପୂର୍ବତନ ଅଲରାଉଣ୍ଡର ଦେବୀକା ପଲଶିକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ କୋଚ ଦାୟିତ୍ବ ଦିଆଯାଇଛି । ଏବଂ ତ୍ରପୁତି ଚନ୍ଦଗଡକର ଭଟ୍ଟାଚାର୍ଯ୍ୟଙ୍କୁ ଟିମ ମ୍ୟାନେଜର ଭାବରେ ନିଯୁକ୍ତ କରାଯାଇଛି ।

ତେବେ ମହିଳା ପ୍ରିମିୟର ଲିଗର ମୁମ୍ବାଇ ଇଣ୍ଡିଆନ୍ସର ଏହି ନିଯୁକ୍ତି ବାବଦରେ ନୀତା ଆମ୍ବାନୀ କହିଛନ୍ତି "ଚର୍ଲେଟ ଏଡୱାର୍ଡସ, ଝୁଲଣ ଗୋସ୍ବାମୀ,ଦେବୀକା ପଲଶିକରଙ୍କୁ ମୁଁ ମୋ ଫ୍ରାଞ୍ଚାଇଜରେ ସାମିଲ କରି ବେଶ୍ ଉତ୍ସାହିତ ଅଛି । ଟିମରେ ଅଧିକରୁ ଅଧିକ ମହିଳାଙ୍କୁ କେବଳ ଖେଳାଳିଙ୍କ ରୂପରେ ଦେଖିବା ସହିତ ପରୀକ୍ଷକ, ପ୍ରଶାସକ ଏବଂ ସହାୟକ କର୍ମଚାରୀ ଭାବରେ ସେମାନଙ୍କର ଦାୟିତ୍ବ ଏବଂ ପ୍ରଦର୍ଶନକୁ ଦେଖିବା ଏକ ବିଶେଷ କଥା । ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଭାରତର ଅନ୍ୟ ମହିଳାଙ୍କୁ ଖେଳରେ ଅଂଶ ଗ୍ରହଣ କରିବା ପ୍ରେରଣା ମିଳିବ । ମୋର ବିଶ୍ବାସ ରହିଛି କି ଚର୍ଲେଟ ଏଡୱାର୍ଡସ, ଝୁଲଣ ଗୋସ୍ବାମୀ, ଦେବୀକାଙ୍କ ସମର୍ଥନ ଦ୍ବାରା ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରତିଷ୍ଠାକୁ ଆଗକୁ ବଢିବ ।"

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ । ଏନେଇ ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ନିଲାମ ହୋଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି ।

ଏହା ପରେ ମୁମ୍ବାଇ ଟିମକୁ ଇଣ୍ଡିଆୱିନ ସ୍ପୋର୍ଟସ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPLରେ ଆଦାନୀ ଗ୍ରୁପ ଏବଂ ଅମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି । ମହିଳା ପ୍ରିମିୟର ଲିଗ ୨୦୨୩ର ଖେଳ ସୂଚୀ ଆନୁଷ୍ଠାନିକ ଭାବରେ BCCI ଘୋଷଣା କରିନାହିଁ । ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୪ ତାରିଖରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ବନାମ ଅହମ୍ମଦାବାଦ ମୁହାଁମୁହିଁ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.