ETV Bharat / sports

2019 IPL ବେଟିଂ ସିଣ୍ଡିକେଟରେ ପାକିସ୍ତାନ ଲିଙ୍କ: ମାମଲା ରୁଜୁ କଲା CBI

author img

By

Published : May 14, 2022, 8:32 PM IST

2019 IPL ବେଟିଂ ସିଣ୍ଡିକେଟରେ ପାକିସ୍ତାନ ଲିଙ୍କ: ମାମଲା ରୁଜୁ କଲା CBI
2019 IPL ବେଟିଂ ସିଣ୍ଡିକେଟରେ ପାକିସ୍ତାନ ଲିଙ୍କ: ମାମଲା ରୁଜୁ କଲା CBI

IPL 2019ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ ଉପରେ ଚଢାଉ । ଦୁଇଟି ମାମଲା ରୁଜୁ କରି CBIର ତଦନ୍ତ ଜାରି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: IPL 2019ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ(ଜୁଆ ସଂସ୍ଥା) ବିରୋଧରେ ମାମଲା ରୁଜୁ କଲା ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(CBI) । ଦେଶର ଦିଲ୍ଲୀ ଏବଂ ରାଜସ୍ଥାନର 7ଟି ସ୍ଥାନରେ ଚଢାଉ କରିଛି CBI । ଶୁକ୍ରବାର CBI ଏନେଇ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଜଣେ ବରିଷ୍ଠ CBI ଅଧିକାରୀଙ୍କ କହିବା ଅନୁଯାୟୀ, ଦିଲ୍ଲୀ, 'ଯୋଧପୁର, ହାଇଦ୍ରାବାଦ, ଜୟପୁରର 7ଟି ସ୍ଥାନରେ ଚଢାଉ ଜାରି ରହିଛି । ଏହିସବୁ ସ୍ଥାନରେ 2019 IPL ସମୟରେ ବେଟିଂ କରାଯାଉଥିଲା । ଏଠାରେ ବେଟିଂ ପାଇଁ ଲଗାଯାଉଥିବା ଟଙ୍କା ପାକିସ୍ତାନକୁ ପଠାଯାଉଥିବା ଜଣାପଡିଛି । ଭାରତୀୟ ଜନସାଧାରଣଙ୍କୁ ମ୍ୟାଚରେ ବେଟିଂ ଉଦ୍ଦେଶ୍ୟରେ ନକଲି ବ୍ୟାଙ୍କ ଆକାଉଣ୍ଟ, ଆଇଡି କାର୍ଡ ପ୍ରସ୍ତୁତ କରିବା ସହ ଗ୍ରାହକଙ୍କ ଡକ୍ୟୁମେଣ୍ଟ୍ସ(IX/KYC) ସଂଗ୍ରହ କରି ଅର୍ଥ ହଡପ୍ କରୁଥିଲେ ।'

ଏହି ସବୁ ଆକାଉଣ୍ଟରେ ଡିପୋଜିଟ ହେଉଥିବା ଟଙ୍କା ବିଭିନ୍ନ ବିଦେଶୀ ଆକାଉଣ୍ଟରେ ଡିପୋଜିଟ ହେଉଥିଲା । ସୂଚନା ମୁତାବକ ଏପରି ସିଣ୍ଡିକେଟ 2010ରୁ ଚାଲି ଆସୁଛି । ବର୍ତ୍ତମାନ ମାମଲା ତଦନ୍ତ ପରିସରଭୁକ୍ତ ରହିଛି । ଏଥିରେ ଅନେକଙ୍କ ନାମ ମଧ୍ୟ ଜଣାପଡିଛି । ଯେଉଁ ବ୍ୟାଙ୍କ ଆକାଉଣ୍ଟର ମନି ଟ୍ରାଞ୍ଜାକ୍ସନ ହୋଇଥିଲେ ସେଗୁଡିକ ମଧ୍ୟ ଯାଞ୍ଚ କରାଯାଉଥିବା CBI ଅଧିକାରୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.