ETV Bharat / sports

ଭାଇରାଲ ହେଲା ବିଜେପି ନେତାଙ୍କ ଟ୍ବିଟ, କହିଲେ କେଏଲ ରାହୁଲ କାହାର ଜ୍ବାଇଁ

author img

By

Published : Dec 25, 2022, 10:20 PM IST

କେଏଲ ରାହୁଲ କାହାର ଜ୍ବାଇଁ
କେଏଲ ରାହୁଲ କାହାର ଜ୍ବାଇଁ

ଭାଇରାଲ ହେଲା ବିଜେପି ନେତା ରମେଶ ସୋଲାଙ୍କିଙ୍କ ଟ୍ବିଟ । ଲେଖିଥିଲେ କେଏଲ ରାହୁଲ କାହାର ଜ୍ବାଇଁ... । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ୨-୦ ରେ କ୍ଲିନ ସ୍ବିପ କରିଛି ଭାରତ । ଯଦି ଏହି ଗସ୍ତରେ ଲୋକେଶ ରାହୁଲଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ସେତେଟା ଆଖି ଦୃଶିଆ ରହିନଥିଲା । ତାଙ୍କ ବ୍ୟାଟରୁ ବଡ ଇନିଂସ ଦେଖିବାକୁ ମିଳି ନଥିଲା । କାମଚଳା ଅଧିନାୟକଙ୍କର ପ୍ଲପ୍ ସୋ ପରେ ତାଙ୍କୁ ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବାକୁ ପଡିଛି । ବିଜେପି ନେତା ରାହୁଲଙ୍କର ଏପରି ଖରାପ ଫର୍ମକୁ ନେଇ ସମାଲୋଚନା କରିଛନ୍ତି । ବିଜେପି ନେତା ରମେଶ ସୋଲାଙ୍କି ଟ୍ବିଟ କରି କହିଛନ୍ତି ଯେ କେଏଲ ରାହୁଲ କାହାର ଜ୍ବାଇଁ...

  • यह K L Rahul किसका दामाद है 🤔

    — Ramesh Solanki🇮🇳 (@Rajput_Ramesh) December 25, 2022 " class="align-text-top noRightClick twitterSection" data=" ">

ବିଜେପି ନେତାଙ୍କର ଏହି ଟ୍ବିଟ ପରେ ଏହା ଭାଇରାଲ ହେବାରେ ଲାଗିଥିଲା । ରମେଶ ସୋଲାଙ୍କିଙ୍କର ଏହି ଟ୍ବିଟରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସହିତ ଭାରତୀୟ ସ୍କ୍ବାଡରେ କେଏଲ ରାହୁଲ ଉପସ୍ଥିତିକୁ ନେଇ ପ୍ରଶ୍ନ କରାଯାଇଛି । ସେପଟେ ଜଣେ ଫ୍ୟାନ୍ସ ଏହି ଟ୍ବିଟରେ ରିପ୍ଲାଏ ଦେଇ ଲେଖିଛନ୍ତି "ଯେଉଁ ଖେଳାଳିଙ୍କୁ ଦଳରୁ ବିଦା କରିବା ଦରକାର ସେହି ଖେଳାଳି ଦଳର ଅଧିନାୟକ ଭାର ସମ୍ଭାଳୁଛନ୍ତି ।" ରୋହିତ ଶର୍ମା ଆହତ ହୋଇ ବାଂଲାଦେଶ ଟେଷ୍ଟ ସିରିଜରୁ ବାଦ ପଡିଥିଲେ । ତାଙ୍କ ଜାଗାରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଥିଲା । ତାଙ୍କ ନେତୃତ୍ବରେ ଦଳ ବିଦେଶ ମାଟିରେ ଟେଷ୍ଟ ସିରିଜ କ୍ଲିନ ସ୍ବିପ କରିଥିଲେ ମଧ୍ୟ ରାହୁଲଙ୍କ ପ୍ରଦର୍ଶନ ବ୍ୟକ୍ତିଗତ ଭାବରେ ଆଖିଦୃଶିଆ ରହିନଥିଲା ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଦୁଇଟି ଇନିଂସରୁ ୪୫ ରନ କରିଥିଲେ । ଦ୍ବିତୀୟ ଟେଷ୍ଟରେ ଦୁଇଟି ଇନିଂସରୁ ୧୨ ରନ କରିଥିଲେ । ସେହିପରି ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ରାହୁଲ ଭଲ ପ୍ରଦର୍ଶନ କରିନଥିଲେ । ତାଙ୍କର ଏଭଳି ପ୍ରଦର୍ଶନକୁ ନେଇ ଫ୍ୟାନ୍ସ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଏବେ ବିଜେପି ନେତା ରମେଶ ସୋଲାଙ୍କିଙ୍କ ଟ୍ବିଟ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.