ETV Bharat / sports

England Test Captain: ଇଂଲଣ୍ଡ ଟିମର ନୂଆ ଟେଷ୍ଟ କ୍ୟାପଟେନ ହେଲେ Ben Stokes

author img

By

Published : Apr 28, 2022, 4:38 PM IST

Updated : Apr 28, 2022, 5:16 PM IST

ଇଂଲଣ୍ଡର ପୁରୁଷ ଟେଷ୍ଟ କ୍ରିକେଟ ଟିମର ନୂଆ ଅଧିନାୟକ ହୋଇଛନ୍ତି ବେନ୍‌ ଷ୍ଟୋକ୍ସ(Ben Stokes) । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଗୁରୁବାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରିଛି । ଅଧିକ ପଢନ୍ତୁ

Ben Stokes named England Men’s Test Captain
ଇଂଲଣ୍ଡର ଟେଷ୍ଟ ନୂଆ କ୍ୟାପଟେନ୍‌ ହେଲେ ବେନ୍‌ ଷ୍ଟୋକ୍ସ

ଲଣ୍ଡନ: ଇଂଲଣ୍ଡର ପୁରୁଷ ଟେଷ୍ଟ କ୍ରିକେଟ ଟିମର ନୂଆ ଅଧିନାୟକ (England Men’s Test Captain) ହୋଇଛନ୍ତି ବେନ୍‌ ଷ୍ଟୋକ୍ସ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଗୁରୁବାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରିଛି । ଟେଷ୍ଟ ଅଧିନାୟକ ଭାବେ ଜୁନ୍‌ରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଘରୋଇ ସିରିଜ ଷ୍ଟୋକ୍ସଙ୍କ ପ୍ରଥମ ସିରିଜ ହେବ ।

  • Congratulations to our new Men's Test captain, @benstokes38! 🏴󠁧󠁢󠁥󠁮󠁧󠁿🏏

    — England Cricket (@englandcricket) April 28, 2022 " class="align-text-top noRightClick twitterSection" data=" ">

ବୋର୍ଡ ପକ୍ଷରୁ ଟ୍ବିଟ୍‌ ଯୋଗେଁ ନୂଆ ଅଧିନାୟକ ଷ୍ଟୋକ୍ସଙ୍କୁ ଶୁଭେଚ୍ଛା ସହ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଥିବା କୁହାଯାଇଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡର(ECB) ଦ୍ବାରା ପୁରୁଷ କ୍ରିକେଟ ଟିମ ମ୍ୟାନେଜିଂ ଡିରେକ୍ଟର ନିଯୁକ୍ତ ହେବାପରେ ରବ କି ପ୍ରଥମ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ।

ଇଂଲଣ୍ଡ ଖେଳିଥିବା ଶେଷ ୧୭ଟି ଟେଷ୍ଟ ମଧ୍ୟରୁ ମାତ୍ର ଗୋଟିଏ ଟେଷ୍ଟରେ ବିଜୟ ପରେ ଚଳିତ ମାସ ଆରମ୍ଭରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ଜୋ ରୁଟ୍‌ । ଏହି ୧୭ଟି ଟେଷ୍ଟ ମଧ୍ୟରେ ଅଷ୍ଟ୍ରେଲିଆ ଠାରୁ ୪-୦ ଆସେସ ପରାଜୟ ଓ ୱେଷ୍ଟଇଣ୍ଡିଜ ଠାରୁ ୧-୦ ସିରିଜ ପରାଜୟ ରହିଛି । ଇଂଲଣ୍ଡ କ୍ରିକେଟ ବୋର୍ଡ ମଧ୍ୟ ଟେଷ୍ଟ ଓ ODI ଟିମର ନୂଆ କୋଚ୍‌ ସନ୍ଧାନରେ ରହିଛି । ଗତ ଫେବୃଆରୀ ମାସରେ କ୍ରିସ ସିଲଭରଉଡ୍‌ ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 28, 2022, 5:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.