ETV Bharat / sports

ବଡ ମ୍ୟାଚର ହିରୋ ବେନ୍‌ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବବିହ୍ବଳ

author img

By

Published : Nov 13, 2022, 8:54 PM IST

ବଡ ମ୍ୟାଚର ହିରୋ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବ ବିହ୍ବଳ
ବଡ ମ୍ୟାଚର ହିରୋ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବ ବିହ୍ବଳ

ବିଶ୍ବ ଚମ୍ପିଆନ୍ ହେବା ପରେ ଭାବ ବିହ୍ବଳ ହେଲେ ବେନ୍ ଷ୍ଟକ୍ସ । ଷ୍ଟୋକ୍ସ ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦାୟିତ୍ବବାନ ଇନିଂସ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ଅଧିକ ପଢନ୍ତୁ

ମେଲବର୍ଣ୍ଣ: ବିଶ୍ବ ଚମ୍ପିଆନ୍ ହେବା ପରେ ଭାବ ବିହ୍ବଳ ହେଲେ ବେନ୍ ଷ୍ଟୋକ୍ସ । ଶେଷ ହୋଇଛି ମିଶନ ମେଲବର୍ଣ୍ଣ ପାଇଁ ଲଢେଇ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇ ବିଶ୍ବ ଚମ୍ପିଆନ ହୋଇଛି ଇଂଲିସ୍ ଟିମ୍ । ତେବେ ଏହି ମ୍ୟାଚ ବିଜୟୀର ହିରୋ ସାଜିଥିଲେ ଇଂଲଣ୍ଡର ଦମ୍‌ଦାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ଷ୍ଟୋକ୍ସ ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦାୟିତ୍ବବାନ ଇନିଂସ ଖେଳି ଦଳକୁ ଚମ୍ପିଆନ୍‌ କରାଇଛନ୍ତି । ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇପାରିଛି । ତେବେ ମ୍ୟାଚ ବିଜୟୀ ପରେ ସେ ଭାବ ବିହ୍ବଳ ହୋଇ ପଡିଥିବା ନଜର ଆସିଥିଲେ ।

କେବଳ ୨୦୨୨ ଟି୨୦ ବିଶ୍ବକପ୍ ନୁହେଁ ୨୦୧୯ ଦିନିକିଆ ବିଶ୍ବକପରେ ମଧ୍ୟ ଲଢୁଆ ଇନିଂସ ଖେଳି ଦଳକୁ ବିଶ୍ବ ବିଜେତା ବନାଇଥିଲେ ବେନ୍ ଷ୍ଟୋକ୍ସ । ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ରହିଥିଲା ୧୩୮ ରନର ଟାର୍ଗେଟ । ଅବଶ୍ୟ ଇଂଲଣ୍ଡ ପାଇଁ ଏହା ବଡ ଟାର୍ଗେଟ ନ ଥିଲା । ଲାଗୁଥିଲା ଭାରତକୁ ହରାଇଲା ଭଳି ୧୬ ଓଭରରୁ ହିଁ ଇଂଲଣ୍ଡ ଆଗୁଆ ଟାର୍ଗେଟ ହାସଲ କରି ଫଟାଫଟ ମହାସମରର ଅନ୍ତ ଘଟାଇବ । ହେଲେ ସେଭଳି କିଛି ଘଟି ନ ଥିଲା । ପ୍ରଥମ ଓଭରରୁ ହିଁ ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି ଓପନର ଆଲେକ୍ସ ହେଲ୍ସଙ୍କ ୱିକେଟ ନେଇ ଇଂଲଣ୍ଡକୁ ଶକ୍ତ ଝଟକା ଦେଇଥିଲା । ୫.୩ ଓଭର ୪୫ ରନରେ ଦଳ ୩ ୱିକେଟ ହରାଇସାରିବା ପରେ ଇଂଲଣ୍ଡର ବିଜୟ ଆଶା ଧୀରେଧୀରେ ମଳିନ ପଡ଼ିବାରେ ଲାଗିଥିଲା ।

ସ୍କୋର ବୋର୍ଡକୁ ଆଗକୁ ବଢାଇବା ପାଇଁ ଦଳ ଉପରେ ଚାପ ପଡଥିଲା । ଇଂଲଣ୍ଡ ବ୍ୟାଟର ନର୍ଭସ ହୋଇପଡିଥିଲେ । ବଡ ସଟ୍ ଖେଳିବା ଲକ୍ଷ୍ୟରେ ମୋଇନ ଅଲୀ ଓ ହ୍ୟାରି ବ୍ରୁକଙ୍କ ଭଳି ଦମଦାର ବ୍ୟାଟର ପାକିସ୍ତାନ ବୋଲରଙ୍କ ଶିକାର ହୋଇଥିଲେ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବେନ୍ ଷ୍ଟୋକ୍ସ । ସେ ମଇଦାନରେ ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ । ଯେପରି ବିଶ୍ବ ଚମ୍ପିଆନ୍ ହେବା ଜିଦ୍‌ରେ ପାଳି ଖେଳୁଥିଲେ ଷ୍ଟୋକ୍ସ । ଶେଷରେ ସେ ୪୯ ବଲ୍‌ରୁ ୫ ଟି ଚୌକା ଓ ଗୋଟିଏ ଛକା ସହିତ ୫୨ ରନ ଦାୟିତ୍ବବାନ ଇନିଂସ ଖେଳିବା ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬ଟି ବଲ୍‌ ବାକି ଥାଇ ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା । ଏହାର ଜବାବରେ ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ କରି ପାକିସ୍ତାନଠାରୁ ବିଶ୍ବକପ୍‌ ଛଡ଼ାଇ ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.