ETV Bharat / sports

ଅବସର ପୂର୍ବରୁ ବିଶ୍ବକପ ଜିତିବା ଅବଶୋଷ ରହିଗଲା: ଝୁଲଣ ଗୋସ୍ବାମୀ

author img

By

Published : Sep 24, 2022, 10:09 AM IST

ଅବସର ପୂର୍ବରୁ ବିଶ୍ବକପ ଜିତିବା ଅବସୋସ ରହିଗଲା : ଝୁଲଣ ଗୋସ୍ବାମୀ
ଅବସର ପୂର୍ବରୁ ବିଶ୍ବକପ ଜିତିବା ଅବସୋସ ରହିଗଲା : ଝୁଲଣ ଗୋସ୍ବାମୀ

କ୍ରିକେଟରୁ ସବୁ ଫର୍ମାଟରୁ ଅବସରର ନେବା ନେଇ ଝୁଲଣ ଗୋସ୍ବାମୀ ଭାବପ୍ରବଣ ହେବା ନଜର ଆସିଛନ୍ତି । ସେ କହିଛନ୍ତି ବିଶ୍ବକପ ଟାଇଟଲ ହାସଲ କରିବା ତାଙ୍କର ଅଧୁରା ସ୍ବପ୍ନ ହୋଇରହିଗଲା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ ( Jhulan Goswami ) ଆଜି ଲର୍ଡସରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ । କ୍ରିକେଟରୁ ସବୁ ଫର୍ମାଟରୁ ଅବସରର ନେବା ନେଇ ଝୁଲଣ ଗୋସ୍ବାମୀ ଭାବପ୍ରବଣ ହେବା ନଜର ଆସିଛନ୍ତି । ତାଙ୍କ କ୍ରିକେଟର ଲମ୍ବା ଯାତ୍ରାକୁ ଏହି ଅବସରରେ ମନେ ପକାଇଛନ୍ତି । ଏହା ସହିତ ସେ କହିଛନ୍ତି ବିଶ୍ବକପ ଟାଇଟଲ ହାସଲ କରିବା ତାଙ୍କର ଅଧୁରା ସ୍ବପ୍ନ ହୋଇରହିଗଲା ।

ଭାରତୀୟ ମହିଳା କ୍ରିକେଟ ଦଳ ବର୍ଷ ୨୦୦୫ ଏବଂ ବର୍ଷ ୨୦୧୭ରେ ବିଶ୍ବକପ ସଂସ୍କରଣରେ ଫାଇନାଲରେ ପ୍ରବେଶ କରିଥିଲା । ହେଲେ ଫାଇନାଲରେ ପ୍ରବେଶ କରିବା ସତ୍ତ୍ବେ ମଧ୍ୟ ବିଶ୍ବକପ ଟାଇଟଲ ହାତେଇବାରେ ସଫଳ ହୋଇପାରିନଥିଲା । ଏନେଇ ଝୁଲଣ ଗୋସ୍ବାମୀ କହିଛନ୍ତି, ‘‘ମୁଁ ଦୁଇଟି ବିଶ୍ବକପ ଫାଇନାଲ ମ୍ୟାଚ ଖେଳିଛି । ଯଦି ଆମେ ଗୋଟିଏ ବିଶ୍ବକପ ଜିତି ଯାଇଥାନ୍ତୁ ତାହାଲେ ମୋ ପାଇଁ ଏବଂ ଟିମ ପାଇଁ ଏହା ବହୁତ ଭଲ ହୋଇଥାନ୍ତା । ସବୁ କ୍ରିକେଟର ସେହି ଗୋଟିଏ ଲକ୍ଷ୍ୟ ନେଇ ନିଜର ପ୍ରଦର୍ଶନ ଜାରି କରଥାଏ । ମୁଁ ଦୁଇଟି ବିଶ୍ବକପରେ ଫାଇନାଲ ମ୍ୟାଚ ଖେଳିଥିବା ସତ୍ତ୍ବେ କୌଣସି ମ୍ୟାଚରେ ଟାଇଟଲ ହାତେଇ ପାରିନାହିଁ । ବିଶ୍ବକପ ହାତେଇବା ମୋ ପାଇଁ ଅବଶୋଷ ରହିଗଲା ।’’

"ଯେବେ ମୁଁ ଖେଳ ଆରମ୍ଭ କରିଥିଲି କ୍ରିକେଟରେ ଏତେ ଲମ୍ବା ଯାତ୍ରା କରିବା ନେଇ କେବେ ଭାବି ନଥିଲି । ଏହା ମୋ ପାଇଁ ଏକ ସୁନ୍ଦର ଅନୁଭବ । ଭାରତୀୟ ମହିଳା କ୍ରିକେଟର ଲମ୍ବା ଯାତ୍ରାରେ ଜଡିତ ଥିବାରୁ ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି । ଏଥିପାଇଁ ମୋ ପରିବାର ଏବଂ ମାତା ପିତାଙ୍କୁ ଧନ୍ୟବାଦ ଜଣାଉଛି ସେମାନେ ମୋତେ ସବୁ ସମୟରେ ସମର୍ଥ ଦେଇ ଆସିଛନ୍ତି । ଅଧିନାୟିକା ଠାରୁ ଭାରତୀୟ କ୍ୟାପ ହାସଲ କରିବା ମୋ ପାଇଁ ଏହି ଯାତ୍ରାରେ ଏକ ସ୍ମରଣୀୟ ଦିନ ରହିଥିଲା ।"

ଏହା ସହିତ ସେ ଆହୁରି ଭାବପ୍ରବଣ ହୋଇ ଆହୁରି ମଧ୍ୟ କହିଛନ୍ତି "ମୁଁ ଜାତୀୟ ସଙ୍ଗୀତ ଏବଂ ଭାରତୀୟ ଜର୍ସିକୁ ବହୁତ ମିସ୍ କରିବି । ଡ୍ରେସିଂ ରୁମରୁ ବାହାରକୁ ଆସିବା, ଜାତୀୟ ସଙ୍ଗୀତ ବୋଲିବା ଏବଂ ଭାରତୀୟ ଜର୍ସି ପିନ୍ଧିବା ମୋ ପାଇଁ ସବୁଠୁ ସୁନ୍ଦର ମୁହୂର୍ତ୍ତ ରହିଥିଲା । ମୁଁ ଏହି ସବୁ ସମୟକୁ ସବୁ ଦିନ ମନେ ରଖିବି । ହେଲେ ଦିନେ ଦିନେ ଏହାର ପୂର୍ଣ୍ଣଚ୍ଛେଦ ପଡିବାର ଥିଲା । ଏବେ ଏହାର ସମୟ ଆସିଯାଇଛି । ମୁଁ ନିଷ୍ଠାର ସହିତ ଦେଶ ପାଇଁ ସେବା କରିଥିବାରୁ ବହୁତ ଖୁସି ଅନୁଭବ କରୁଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.