ETV Bharat / sports

BCCIର ବଡ ଘୋଷଣା, ଆସନ୍ତାବର୍ଷରୁ ମହିଳା IPL

author img

By

Published : Mar 25, 2022, 10:57 PM IST

BCCI to launch six-team women's IPL next year
ବିସିସିଆଇର ବଡ ଘୋଷଣା, ଆସନ୍ତାବର୍ଷରୁ ମହିଳା IPL

ମହିଳା କ୍ରିକେଟରଙ୍କ ପାଇଁ ଦେଶରେ ଫ୍ରାଞ୍ଚାଇଜ ବେସ୍‌ ଟି-୨୦ ଲିଗର ଦାବି ଉପରେ ଶୁକ୍ରବାର ମୋହର ଲଗାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଆସନ୍ତାବର୍ଷ ଠାରୁ ଅର୍ଥାତ୍‌ ୨୦୨୩ ଠାରୁ ପୁରୁଷ ଟୁର୍ଣ୍ଣାମେଣ୍ଟ ଭଳି ଖେଳାଯିବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ(IPL) । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା କ୍ରିକେଟରଙ୍କ ପାଇଁ ଦେଶରେ ଫ୍ରାଞ୍ଚାଇଜ ବେସ୍‌ ଟି୨୦ ଲିଗର ଦାବି ଉପରେ ଶୁକ୍ରବାର ମୋହର ଲଗାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) । ଆସନ୍ତାବର୍ଷ ଠାରୁ ଅର୍ଥାତ୍‌ ୨୦୨୩ ଠାରୁ ପୁରୁଷ ଟୁର୍ଣ୍ଣାମେଣ୍ଟ ଭଳି ଖେଳାଯିବ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ(IPL) । ଶୁକ୍ରବାର ମୁମ୍ବାଇରେ ବସିଥିବା IPL ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହିଳା କ୍ରିକେଟରଙ୍କ ପାଇଁ ବାର୍ଷିକ ଟି୨୦ ଲିଗ ଖେଳାଯିବା ନେଇ ସ୍ଥିର ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬ଟି ଟିମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ଏକ ପ୍ରମୁଖ କ୍ରିକେଟ ୱେବସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଥିବା IPL ପ୍ରାଞ୍ଜାଇଜ ଗୁଡିକୁ ମହିଳା ଆଇପିଏଲ ଫ୍ରାଞ୍ଚାଇଜର ମାଲିକାନା ପାଇଁ ଅଗ୍ରାଧିକାର ଦିଆଯିବ । ସୂଚନୀ ଅନୁଯାୟୀ ବର୍ତ୍ତମା ଥିବା ୧୦ଟି ଆଇପିଏଲ ଫ୍ରାଞ୍ଜାଇଜ ମଧ୍ୟରୁ ୩ଟି ଫ୍ରାଞ୍ଚାଇଜ ମହିଳା ଟିମ ଗଢିବାକୁ ଆଗ୍ରହ ଦେଖାଇଛନ୍ତି ।

BCCI ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, IPL ଗଭର୍ଣ୍ଣିଂ କାଉନସିଲର ନିଷ୍ପତିକୁ BCCI ସାଧାରଣ ପରିଷଦ ବୈଠକ(AGM)ରେ ଅନୁମୋଦନ ମିଳିଛି । ଆସନ୍ତା ବର୍ଷ ଠାରୁ ଲିଗ୍‌ ଆରମ୍ଭ ନେଇ ଆଶାବାଦୀ । IPL ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି, ଚଳିତ ବର୍ଷ ଏହାକୁ ସାଧାରଣ ଭାବେ ମହିଳା ଟି-୨୦ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ କୁହାଯିବ । ୩ଟି ଟିମ ମଧ୍ୟରେ ପ୍ଲେ-ଅଫ୍‌ ପର୍ଯ୍ୟାୟରେ ୪ଟି ମ୍ୟାଚ୍‌ ଖେଳାଯିବ । ମହିଳା ବିଗ୍‌ ବାସ ଲିଗ୍‌(WBBL) ଓ ମହିଳା ହଣ୍ଡ୍ରେଡ ଭଳି ମହିଳା ଲିଗ୍‌ ସଫଳତା ଓ ଗ୍ରହଣୀୟତା ପରେ ଭାରତରେ ମହିଳା ଟି୨୦ ଲିଗ ପାଇଁ ଦାବି ହେଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.