ETV Bharat / sports

ଝୁଲଣ ଗୋସ୍ବାମୀଙ୍କ ଅବସର, ବିସିସିଆଇ କହିଲା ଏକ ଯୁଗର ଅନ୍ତ ହେଲା

author img

By

Published : Sep 25, 2022, 9:41 PM IST

ଝୁଲଣ ଗୋସ୍ବାମୀଙ୍କ ଅବସର, ବିସିସିଆଇ କହିଲା ଏକ ଯୁଗର ଅନ୍ତ ହେଲା
ଝୁଲଣ ଗୋସ୍ବାମୀଙ୍କ ଅବସର, ବିସିସିଆଇ କହିଲା ଏକ ଯୁଗର ଅନ୍ତ ହେଲା

ଝୁଲଣ ଗୋସ୍ବାମୀଙ୍କ କ୍ରିକେଟର ସବୁ ଫର୍ମାଟରୁ ଅବସର । ଝୁଲଣ ଗୋସ୍ବାମୀ ଅବସର ନେବା ନେଇ ବିସିସିଆଇ ( Board of Control for Cricket in India ) କହିଛି ଏକ ଯୁଗର ଅନ୍ତ ଘଟିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଲର୍ଡସରେ କ୍ରିକେଟକୁ ଅଲବିଦା କହିଛନ୍ତି ଝୁଲଣ ଗୋସ୍ବାମୀ ( Jhulan Goswami ) । ଭାରତୀୟ ମହିଳା କ୍ରିକେଟ ଦଳ ସିରିଜ ବିଜୟ ଭେଟି ଦେଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଛି । ଝୁଲଣ ଗୋସ୍ବାମୀଙ୍କ କ୍ରିକେଟର ସବୁ ଫର୍ମାଟରୁ ଅବସର ନେବା ନେଇ ବିସିସିଆଇ ( Board of Control for Cricket in India ) କହିଛି ଏକ ଯୁଗର ଅନ୍ତ ଘଟିଛି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ( Sourav Ganguly ) ଝୁଲଣ ଗୋସ୍ବାମୀଙ୍କର ଅବସର ନେବା ନେଇ ଘୋଷଣା କରି କହିଛନ୍ତି "ଏକ ଯୁଗର ଅନ୍ତ ହୋଇଛି । ସିଏ ବହୁତ ଗୌରବର ସହିତ ଭାରତର ପ୍ରତିନିଧିତ୍ବ କରିବା ସହିତ ସବୁ ସମୟରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଥିଲେ । ସେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ସହିତ ଭାରତ କ୍ରିକେଟର ସେବା କରିଛନ୍ତି । ତାଙ୍କର ଭାରତୀୟ ମହିଳା ବୋଲିଂ ବିଭାଗର ମେରୁଦଣ୍ଡ ଥିଲେ । ତାଙ୍କର ସମସ୍ତ ଉପଲବ୍ଧି ବର୍ତ୍ତମାନ ଏବଂ ଆଗାମୀ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇବ । ଖେଳରେ ତାଙ୍କର ଯୋଗଦାନ ସବୁ ଦିନ ମନେ ରହିବ ।" ସେହିପରି ବିସିସିଆଇ ସମ୍ପାଦକ ଜୟଶାହା କହିଛନ୍ତି "ଝୁଲଣ ଗୋସ୍ବାମୀ କ୍ରିକଟ ଦୁନିଆର ଜଣେ ମହାନ ତାରକା । ତାଙ୍କର ଉପଲବ୍ଧି ଆଗାମୀ କ୍ରିକେଟରଙ୍କ ପାଇଁ ପ୍ରେରଣା ସାଜିବ । ତାଙ୍କ ଜୀବନର ନୂଆ ଇନିଂସ ଆରମ୍ଭ ନେଇ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।"

ଝୁଲଣ ଗୋସ୍ବାମୀ ତାଙ୍କ କ୍ୟାରିୟରରେ ୫ ଥର ଦିନିକିଆ ବିଶ୍ବକପରେ ଭାଗ ନେଇଛନ୍ତି । ସେ ୨୦୦୫, ୨୦୦୯, ୨୦୧୩, ୨୦୧୭ ଏବଂ ୨୦୨୨ ବିଶ୍ବକପରେ ପ୍ରତିନିଧିତ୍ବ କରିଥିଲେ । ଏହା ସହିତ ସେ ମହିଳା ବିଶ୍ବକପରେ ସର୍ବାଧିକ ୱିକେଟ ନେବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଝୁଲଣ ଗୋସ୍ବାମୀ ମହିଳା କ୍ରିକେଟ ବୋଲିଂ ଜଗତର ଏକ ମାଇଲଷ୍ଟୋନ । ସେ ୧୦,୦୦୦ ଥର ବଲ ଥ୍ରୋ କରିବାରେ ବିଶ୍ବ ରେକର୍ଡ ସ୍ଥାପନ କରିଛନ୍ତି । ସେହିପରି ଦିନିକିଆ କ୍ୟାରିୟରରେ ଝୁଲଣ ଗୋସ୍ବାମୀ ବିଶ୍ବର ପ୍ରଥମ ମହିଳା କ୍ରିକେଟର ଭାବରେ ଦିନିକିଆ ମ୍ୟାଚ୍‌ରେ ୨୫୫ଟି ୱିକେଟ ନେଇଛନ୍ତି । ସେ 204ଟି ଦିନିକିଆ ମ୍ୟାଚ ଖେଳି 255ଟି ୱିକେଟ ହାସଲା କରିଛନ୍ତି । ସେହିପରି ୧୨ ଟି ଟେଷ୍ଟ ମ୍ୟାଚ ଖେଳି ୪୪ ଟି ୱିକେଟ ନେଇଥିବା ବେଳେ ୬୦ ଟି ଟି୨୦ ମ୍ୟାଚ ଖେଳି ୫୬ ଟି ୱିକେଟ ନେଇଛନ୍ତି । ଭାରତୀୟ ମହିଳା କ୍ରିକେଟ ପ୍ରତି ଝୁଲଣ ଗୋସ୍ବାମୀଙ୍କର ଅବଦାନ ଅତୁଳନୀୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.