ETV Bharat / sports

ଭାରତୀୟ ପୁରୁଷ ଟିମର କୋଚିଂ ଷ୍ଟାଫ୍‌ ପାଇଁ BCCIର ଆବେଦନ ଆମନ୍ତ୍ରଣ

author img

By

Published : Oct 17, 2021, 3:56 PM IST

BCCI invites application for coaching staff of Indian men's team
ଭାରତୀୟ ପୁରୁଷ ଟିମର କୋଚିଂ ଷ୍ଟାଫ୍‌ ପାଇଁ BCCIର ଆବେଦନ ଆମନ୍ତ୍ରଣ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଭାରତୀୟ ସିନିୟର ପୁରୁଷ ଟିମ ପାଇଁ ମୁଖ୍ୟ କୋଚ୍‌, ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ...

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ରବିବାର ଭାରତୀୟ ସିନିୟର ପୁରୁଷ ଟିମ ପାଇଁ ମୁଖ୍ୟ କୋଚ୍‌, ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଭାରତୀୟ କ୍ରିକେଟର ଆପେକ୍ସ ପରିଷଦ ଜାତୀୟ କ୍ରିକେଟ ଏକଡେମୀ(NCA)ର ସ୍ପୋର୍ଟ୍ସ ସାଇନ୍ସ/ମେଡିସିନ ମୁଖ୍ୟ ପଦ ପାଇଁ ମଧ୍ୟ ଆବେଦନ କରିବାକୁ ଆମନ୍ତ୍ରଣ କରିଛି । ଏନେଇ BCCI ପକ୍ଷରୁ ଏକ ଘୋଷଣାନାମାରେ କୁହାଯାଇଛି ।

ଘୋଷଣାନାମା ଅନୁଯାୟୀ, ମୁଖ୍ୟ କୋଚ୍‌ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧ ଅକ୍ଟୋବର ୨୬ ସନ୍ଧ୍ୟା ୫.୦୦ଟା ରହିଛି । headcoach@bcci.tvରେ ମାଧ୍ୟରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ ।

ସେହିପରି ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧ ନଭେମ୍ବର ୦୩ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ରହିଛି । battingcoach@bcci.tv, bowlingcoach@bcci.tv, fieldingcoach@bcci.tvରେ ଆବେଦନ କରିବାକୁ ହେବ ।

NCA ସହିତ ମୁଖ୍ୟ ସ୍ପୋର୍ଟ୍ସ ସାଇନ୍ସ ଓ ମେଡିସିନ ପଦ ପାଇଁ ଆବେଦନର ଶେଷ ତାରିଖ ୨୦୨୧, ନଭେମ୍ବର ୦୩ ସନ୍ଧ୍ୟା ୫.୦୦ ପର୍ଯ୍ୟନ୍ତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.